ସନ୍ଷ୍ଟାର ଟିଭି ବ୍ୟୁରୋ
ଶ୍ରୀନଗର: ଆଜି ଜାମ୍ମୁ- କାଶ୍ମୀରରେ ପୁଣି ଥରେ ସୁରକ୍ଷାକର୍ମୀଙ୍କ ଉପରକୁ ହୋଇଛି ଗୁଳିଚାଳନା । ଶ୍ରୀନଗରର ବାରାଜୁଲ୍ଲା ଅଞ୍ଚଳରେ ପୋଲିସ କର୍ମଚାରୀଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚାଳନା କରିଥିଲା ଏକ ଆତଙ୍କବାଦୀ । ସେଠାରେ ଉପସ୍ଥିତ ଦୁଇ ସୁରକ୍ଷା କର୍ମଚାରୀଙ୍କ ଦେହରେ ଗୁଳି ବାଜିଥିଲା ।ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ଚିକିତ୍ସାଧିନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି ।
ସେହି ପୁରା ଘଟଣାଟି ସିସିଟିଭି ଫୁଟେଜରେ କଏଦ୍ ହୋଇଛି । ଏକ ଜନଗହଳୀ ସ୍ଥାନରେ ଆତଙ୍କବାଦୀଟି ସାଥିରେ ଏକେ -୪୭ ଧରି ସୁରକ୍ଷାକର୍ମଚାରୀଙ୍କ ଉପରକୁ ହଠାତ୍ ଆଖି ବୁଜା ଗୁଳି ଚାଳନା କରିଥିଲା ଓ ପରେ ସେଠାରୁ ଫେରାର୍ ହୋଇଯାଇଥିଲା । ଏହି ଘଟଣା ପରେ ସେହି ଅଞ୍ଚଳରୁ ସିଲ କରିଦିଆଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।
#WATCH Terrorist opens fire in Baghat Barzulla of Srinagar district in Kashmir today
( CCTV footage from police sources) pic.twitter.com/FXYCvQkyAb
— ANI (@ANI) February 19, 2021