ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର; ଆଜି ହେଉଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ଵିତୀୟ ଦିନ । ତେବେ ଏହି ଦିନରେ ଆଲୋଚନା ହେବା ପୂର୍ବରୁ ହିଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଆଲୋଚନା ହେବା ପୂର୍ବରୁ ହିଁ ଚାଷୀପ୍ରସଂଗକୁ ନେଇ ହାତରେ ଫ୍ଲାକାର୍ଡ ଧରି କଂଗ୍ରେସ ସଦସ୍ୟମାନେ ବିଧାନସଭା ଗୃହରେ ପ୍ରବଳ ହଟ୍ଟଗୋଳ କରିଥିବାର ଦେଖାଯାଇଥିଲା । ପ୍ରଶ୍ନକାଳ ଆରମ୍ଭ କରିବାକୁ ନଦେବାରୁ ଶେଷରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦିନ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।