ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର; ବିଧାନସଭାରେ ବଜେଟ ଅଧିବେଶନର ଆଜି ହେଉଛି ଦ୍ଵିତୀୟ ଦିନ । ତେବେ ଗୃହ କାର୍ଯ୍ୟ ଆରମ୍ଭ ନ ହେଉଣୁ ୨ ଥର ଗୃହ ମୁତଲବୀ ହୋଇସାରିଲାଣି । ବିରୋଧୀ ଦଳ ବିଜେପି ଓ କଂଗ୍ରେସର ହୋହାଲ୍ଲା ଓ ନାରାବାଜିରେ ଗୃହ କାର୍ଯ୍ୟ ଚାଲିବା ସମ୍ଭବ ନ ହେବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ କାର୍ଯ୍ୟକୁ ମୁଲତବୀ ଅପରାହ୍ନ ୪ ଟା ଯାଏଁ ମୁଲତବୀ ରଖିଛନ୍ତି ।
ତେବେ ଏହା ପୂର୍ବରୁ ମଧ୍ୟ ଚାଷୀପ୍ରସଂଗକୁ ନେଇ କଂଗ୍ରେସ ସଦସ୍ୟମାନେ ବିଧାନସଭା ଗୃହରେ ହଟ୍ଟଗୋଳ କରିଥିବାର ଦେଖାଯାଇଥିଲା । ପ୍ରଶ୍ନକାଳ ଆରମ୍ଭ କରିବାକୁ ନଦେବାରୁ ଶେଷରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦିନ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ।