ସନ୍ଷ୍ଟାର ଟିଭି ବ୍ୟୁରୋ
ଭୋପାଳ: ରାକ୍ଷାସପଣିଆର ସମସ୍ତ ସୀମା ଅତିକ୍ରମ କରିଯାଉଛନ୍ତି ଦୁଷ୍କର୍ମକାରୀ । ନିକଟରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଘଟିଛି ଏପରି ଏକ ଲୋମଟାଙ୍କୁରା ଘଟଣା । ଦୁଷ୍କର୍ମ କରିବା ସମୟରେ ଦୋଷୀ ଏତେ ହୀନମନା ହୋଇଯାଇଥିଲା ଯେ ଏବେ ପିଡୀତା ଜଣଙ୍କ ଅବସ୍ଥା ନିଜ ଶରୀରକୁ ହଲାଇ ପାରୁନାହାନ୍ତି ।
ପିଡୀତାଙ୍କ ମାଆଙ୍କ କହିବା ଅନୁଯାୟୀ ଗୋଟେ ମାସ ପୂର୍ବେ ତାଙ୍କ ଝିଅ ଇଭିନିଙ୍ଗ ଓ୍ଵାର୍କ କରୁଥିଲେ ।ଏକୁଟିଆ ଓ ଅନ୍ଧାରର ସୁଯୋଗ ନେଇ ସେହି ମଣିଷ ରୂପି ରାକ୍ଷାସ ମହିଳା ଜଣଙ୍କୁ ରାସ୍ତା କଡକୁ ଠେଲି ଦେଇ ତାଙ୍କ ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ପିଡୀତାଜଣକ ଯେତେବେଳେ ଜୋରରେ ଚିଲ୍ଲାଇ ଥିଲେ ସେତେବେଳେ ରାସ୍ତାରେ ଯାଉଥିବା କିଛି ଲୋକ ଶୁଣିଥିଲେ ତାଙ୍କୁ ସେହି ସେହି ଦୋଷୀ ପଳାଇଯାଇଥିଲା । ଏହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତାଙ୍କୁ ଏତେ ଜୋରରେ ମାଡ ମରାଯାଇଥିଲା ଯେ ମୁଣ୍ଡ, ବେକ ଓ ପିଠିରେ ଗଭୀର ଆଘାତ ଲାଗିଥିଲା । ପାଖାପାଖି ୧୦ ଦିନ ଯାଏଁ ହସ୍ପିଟାଲରେ ରହିବା ପରେ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଛି । ମହିଳାଙ୍କର ହାଡ ଭାଙ୍ଗୀ ଯାଇଥିବାରୁ ସେଥିରେ ଲୁହା ରଡ୍ ପଶାଯାଇଛି । ଓ ଶରୀର ନ ହଲିବା ପାଇଁ ତାଙ୍କୁ ପ୍ଲାଷ୍ଟିକ କୋର୍ଟ ପିନ୍ଧା ଯାଇଛି ।
ସେ ଆଉ ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ତାଙ୍କ ଝିଅ ସହ କଥା ହୋଇଥିଲେ ସେ କହିଥିଲେ ଯେ ସେ ଦୋଷୀ ଜଣଙ୍କ ଏତେ ଜୋରରେ ମାରପିଟ କରୁଥିଲା ଯେ ମରିଯିବା ଭୟରେ କହିଥିଲେ ଯେ ତାଙ୍କ ସହ ଯାହା କରିବା କଥା କରନ୍ତୁ କିନ୍ତୁ ତାଙ୍କୁ ଜୀବନରୁ ନ ମାରନ୍ତୁବୋଲି ଆକୁଳ ନିବେଦନ କରିଥିଲେ ।