ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଯୋଡି ହେଇଛି ଆଉ ଏକ ସଫଳତା । ଅତ୍ୟାଧୁନିକ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ହେଲିନାର ଆଜି ହୋଇଛି ସଫଳ ପରୀକ୍ଷଣ । ତେବେ ଡିଆରଡିଓ ପକ୍ଷରୁ ରାଜସ୍ଥାନର ମରୁଭୂମି ପରୀକ୍ଷା ରେଞ୍ଜରେ ଆଜି ଏହାର ଲଞ୍ଚ କରାଯାଇଥିଲା ।
ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଡଭାନ୍ସଡ ଲାଇଟ ହେଲିକପ୍ଟର (ଏଏଲଏଚ) ଧ୍ରୁବରୁ ୪ଟି ହେଲିନା କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । ପ୍ରାୟ ୭ କିଲୋମିଟର ରେଞ୍ଜରେ ଏହି କ୍ଷେପଣାସ୍ତ୍ରଗୁଡ଼ିକ ନିର୍ଭୁଲ ଭାବେ ଲକ୍ଷ୍ୟଭେଦ କରିଥିଲା । ଏହି ପରୀକ୍ଷଣରେ ଭାରତୀୟ ସେନା ଓ ଭାରତୀୟ ବାୟୁସେନା ଭାଗ ନେଇଥିଲେ ।
ଏହି କ୍ଷେପଣାସ୍ତ୍ରର ସେନା ସଂସ୍କରଣ (ଆର୍ମି ଭର୍ସନ)କୁ ହେଲିନା ଓ ବାୟୁସେନା ଭର୍ସନକୁ ଧ୍ରୁବାସ୍ତ୍ର ବୋଲି କୁହାଯାଉଛି । ହେଲିନାର ଅର୍ଥ ହେଉଛି ହେଲିକାପ୍ଟର ଲଞ୍ଚଡ୍ ନାଗ୍ । ଏହା ଏକ ଲକ ଅନ ବିଫୋର ଲଞ୍ଚ୍ (ଏଲଓବିଏଲ) ଟ୍ୟାଙ୍କ ବିଧ୍ବଂସୀ ଗାଇଡେଡ ମିସାଇଲ । ଏହାର ଉଭୟ ଟପ ଆଟାକ ଓ ଡାଇରେକ୍ଟ ଆଟାକ କ୍ଷମତା ରହିଛି । ଏଏଲଏସ-ରୁଦ୍ର ହେଲିକାପ୍ଟରରେ ଏକାସମୟରେ ୮ଟି ହେଲିନା ମିସାଇଲ ଖଞ୍ଜି ହେବ ।
#WATCH As part of joint user trials by Indian Army and Air Force, 4 HELINA anti-tank missiles were launched from ALH Dhruv helicopter in Rajasthan sector. 4 missions were carried out for evaluating missile capabilities in minimum & maximum range of 7 kms pic.twitter.com/9x42lVBMG2
— ANI (@ANI) February 19, 2021