ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: କଟକ ସହର ଭିତରେ ଦେଖାଗଲା ଦନ୍ତା ହାତୀ । କଟକ ସିଡିଏ ସେକ୍ଟର-୧୩ ରେଭେନ୍ସା ଦ୍ବିତୀୟ କ୍ୟାମ୍ପସ ନିକଟରେ ଦୁଇଟି ହାତୀ ପଶି ଆସିଥିବା ଜଣାପଡ଼ିଛି । ତେବେ ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମହାନଦୀ ପାର ହୋଇ ଦୁଇଟି ହାତୀ ନରାଜସ୍ଥିତ ବ୍ରଜବିହାରୀପୁର ଗ୍ରାମ ଦେଇ ସହର ଭିତରକୁ ପଶି ଆସିଥିଲେ । ସେହି ଦୁଇ ହାତୀ ସିଡିଏ ସେକ୍ଟର-୧୩ ରେଭେନ୍ସା କମ୍ପ୍ୟାସର ପାଚେରୀ ଭାଙ୍ଗି କ୍ୟାମ୍ପସ ଭିତରକୁ ପଶି ଆତଙ୍କ ସୃଷ୍ଟି କରିଥିଲେ ।
ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ସ୍ଥିତିର ତଦନ୍ତ କରୁଛନ୍ତି ।