ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଫେବୃଆରୀ ୨୬ ତାରିଖରେ ଭାରତ ବନ୍ଦ ଡାକରା । ଏହି ଡାକରା ଦେଇଛନ୍ତି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ । ବ୍ୟବସାୟୀ ସଂଘ ଏନେଇ ଗତକାଲି ଘୋଷଣା କରିଛନ୍ତି । ଜିଏସଟି ବ୍ୟବସ୍ଥା ଓ ଜିଏସଟି ଅଧିକାରୀଙ୍କ ଏକଚାଟିଆ ମନୋଭାବକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି ।
ତେବେ ବ୍ୟବସାୟୀ ସଙ୍ଗଠନ ସୂଚନା ଦେଇଛି କି ଏହି ଭାରତବନ୍ଦକୁ ଦେଶର ୪୦ ହଜାରରୁ ଅଧିକ ବ୍ୟାବସାୟିକ ସଂସ୍ଥା ସମର୍ଥନ ଜଣାଇଛନ୍ତି । ତେବେ ଏହି ବନ୍ଦ ସମୟରେ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବ । କିନ୍ତୁ ଅତ୍ୟାବଶ୍ୟକୀୟ ସେବା ଚାଲୁ ରହିବ । ଏହାକୁ ସମର୍ଥନ କରିବାକୁ ସାଧାରଣ ଜନତାଙ୍କୁ ବ୍ୟବସାୟୀ ସଂଘ ଅନୁରୋଧ କରିଛନ୍ତି ।