ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ବିଧାନସଭା ନିକଟରେ ଆତ୍ମାହୁତି ରୋକିବା ପାଇଁ ଚାରି ପଟେ ସୁରକ୍ଷା ବଳୟକୁ କଡାକଡି କରାଗଲା ପରେ ମଧ୍ୟ ଆଜି ପୁଣି ଏକ ଅଭାବନୀୟ ଘଟଣା ଦେଖାଯାଇଛି । ବିଧାନସଭା ନିକଟ ଜୟଦେବ ଭବନ ନିକଟରେ ଜଣେ ମହିଳା ଆତ୍ମାହୁତି କରିବାକୁ ଉଦ୍ୟମ କରିଛନ୍ତି । ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ ମହିଳା ଜଣଙ୍କ । ତେବେ ଏହି ସମୟରେ ପୋଲିସ ତାଙ୍କୁ କାବୁ କରିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମହିଳା । ମହିଳା ଜଣଙ୍କ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ତେବେ ଆତ୍ମାହୁତି କରିବାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି ।କାଲି ମଧ୍ୟ ଜଣେ ବ୍ୟକ୍ତି ବିଧାନସଭା ସମ୍ମୁଖରେ ଆତ୍ମାହୁତି ହେବାକୁ ଉଦ୍ୟମ କରିଥିଲେ ।