ସନ୍ଷ୍ଟାର ଟିଭି ବ୍ୟୁରୋ
ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ୍)୨୦୨୧ର ହେବାକୁ ଥିବା ମ୍ୟାଚ୍ ପାଇଁ ଚେନ୍ନାଇରେ ଖେଳାଳୀମାନଙ୍କର ନିଲାମି ଜାରି ରହିଛି । ୨୯୮ ସର୍ଟଲିଷ୍ଟେଡ୍ ପ୍ଲେୟର୍ସଙ୍କ ମଧ୍ୟରୁ ୬୧ ଜଣଙ୍କ ପାଇଁ ବୋଲି ଲଗାଯାଉଛି ।ଏହି ନିଲାମୀ ସୁଚୀରେ ୧୬୪ ଭାରତୀୟ ଖେଳାଳୀଙ୍କ ନାମ ମଧ୍ୟ ସାମିଲ ଅଛି ।
ରାଜସ୍ଥାନ ରୋୟାଲସ୍ ଚେରିସ୍ ମୋରିସ୍ଙ୍କୁ ୧୬.୨୫ କୋଟି ଟଙ୍କାରେ କିଣି ଥିବା ବେଳେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍ ମାକ୍ସୱେଲଙ୍କୁ ଆରସିବି ଟିମ୍ ୧୪.୨୫ କୋଟି ଟଙ୍କାରେ କିଣିଛି । ତାଙ୍କ ବେସ୍ ପ୍ରାଇସ ୨ କୋଟି ଟଙ୍କା ଥିଲା । ତେବେ ଚେରିସ୍ ମୋରିସ୍ଙ୍କର ବେସ୍ ପ୍ରାଇସ୍ ଥିଲା ୭୫ ଲକ୍ଷ ଟଙ୍କା ।
ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଟିମ ୨.୨୦ କୋଟି ଟଙ୍କାରେ କିଣିଛି । ତାଙ୍କ ବେସ୍ ପ୍ରାଇଜ୍ ୨ କୋଟି ଟଙ୍କା ଥିଲା । ବାଂଲାଦେଶର ଅଲରାଉଣ୍ଡର ଶାକିବ ଅଲ୍ ହସନଙ୍କୁ ୩.୨୦ କୋଟି ଟଙ୍କାରେ କୋଲକାତା ନାଇଟ୍ ରାଇଡର୍ସ କିଣିଥିଲା । ତାଙ୍କ ବେସ୍ ପ୍ରାଇଜ୍ ୨ କୋଟି ଟଙ୍କା ଥିଲା । ମୋଇନ୍ ଅଲ୍ଲୀଙ୍କୁ ଚେନ୍ନାଇ ସୁପରକିଙ୍ଗ ୭ କୋଟି ଟଙ୍କାରେ କିଣିଛି । ରାଜସ୍ଥାନ ରୋୟାଲସ୍ ଶୁଭମ ଦୁବେଙ୍କୁ ୪.୪୦ କୋଟି ଟଙ୍କାରେ କିଣିଛି ।