ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୂତନ କୃଷି ଆଇନ୍ ବିରୋଧ କରି ପ୍ରାୟ ୩ ମାସ ହେବ ରାଜଧାନୀ ରାଜରାସ୍ତାରେ ବସି ରହିଛନ୍ତି ହଜାର ହଜାର ଚାଷୀ ।ତେବେ ଆଜି କୃଷକସଂଗଠନ ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକ କରିବେ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ଯାଏଁ ଏହି ରେଳରୋକ ଜାରି ରହିବ । ଚାଷୀ ସଂଗଠନଗୁଡିକର ପ୍ରତିନିଧିତ୍ୱ କରୁଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ଗତ ସପ୍ତାହରେ ଏଭଳି ରେଳରୋକ ପାଇଁ ଧମକ ଦେଇଥିଲା ।
କୃଷକମାନଙ୍କ ରେଳରୋକ ଡାକରା ପରେ ଦେଶରେ ରେଲଓ୍ଵେ କର୍ମଚାରୀ ଓ ସୁରକ୍ଷାକର୍ମୀମାନେ ଅପ୍ରିତୀକର ପରସ୍ଥିତିର ସମ୍ମୁଖୀନ ହେବା ପାଇଁ ସତର୍କ ରହିଛନ୍ତି । ପଞ୍ଜାବ, ଉତ୍ତରପ୍ରଦେଶ ଓ ହରିୟାଣାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।ରେଳ ମନ୍ତ୍ରଣାଳୟ ଦ୍ୱାରା ସମସ୍ତଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରାଯାଇଛି । ସେହିପରି ଚାଷୀ ସଂଗଠନଗୁଡିକୁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବା ଏବଂ ଏହାଯୋଗୁ ଯେପରି ଟ୍ରେନ ଯାତ୍ରୀମାନଙ୍କୁ କୌଣସି ପ୍ରକାର ସମସ୍ୟା ନହୁଏ, ତାହା ସୁନିଶ୍ଚିତ କରିବାକୁ ମଧ୍ୟ ମନ୍ତ୍ରଣାଳୟ ଅପିଲ କରିଛି ।