ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ପଦ୍ମଶ୍ରୀ ଉପାଧିରେ ଭୂଷିତ ତୁଳସୀ ମୁଣ୍ଡା ଏବେ ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି ।ଗତକାଲି ଅପରାହ୍ନରେ ହଠାତ୍ ଗୁରୁତର ଅସୁସ୍ଥ ହୋଇପଡିଥିଲେ ତୁଳସୀ । ଗତକାଲି ବଡ଼ବିଲରେ ଅନୁଷ୍ଠିତ ‘ମାଇନିଙ୍ଗ୍ ଏରିଆ ଟ୍ରକ୍ ଓନର୍ସ ଆସୋସିଏସନ୍’ର ଏକ ବୈଠକରେ ଯୋଗ ଦେଇ ଅପରାହ୍ଣ ୧ଟା ବେଳେ ସେରଣ୍ଡାସ୍ଥିତ ତାଙ୍କ ଆଶ୍ରମକୁ ଫେରିଥିଲେ । ତେବେ ଅପରାହ୍ଣ ୩ଟା ସମୟରେ ଛାତିରେ କଷ୍ଟ ଅନୁଭବ କରିବା ସହ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରିଥିଲେ କରିଥିଲେ ତୁଳସୀ । ଚିକିତ୍ସା ନିମନ୍ତେ ତାଙ୍କୁ ତୁରନ୍ତ ସ୍ଥାନୀୟ ଟିସ୍କୋ ହସ୍ପିଟାଲ୍କୁ ନେଇଯାଇଥିଲେ ତାଙ୍କ ସହଯୋଗୀ । ତେବେ ସେଠାରେ ଡାକ୍ତର ତାଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ନେବାକୁ ପରାମର୍ଶ ଦେଇଥିଲେ । ଏହାପରେ ଆମ୍ଵୁଲାନ୍ସ ଯୋଗେ ଭୁବନେଶ୍ଵର ଘରୋଇ ହସ୍ପିଟାଲ ଆପୋଲୋକୁ ନିଆଯାଇଥିଲା ।ସେଠାରେ ବର୍ତ୍ତମାନ ସେ ଚିକିତ୍ସୀତ ହେଉଛନ୍ତି ।
ରାଜ୍ୟରେ ଆଦିବାସୀ ଲୋକଙ୍କ ମଧ୍ୟରେ ଶିକ୍ଷାର ପ୍ରଚାର ପ୍ରସାର କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ତୁଳସୀ ମୁଣ୍ଡା । ସେଥିପାଇଁ ୨୦୦୧ରେ ଭାରତ ସରକାରଙ୍କ ଦ୍ଵାରା ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।