ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ବଜେଟ ଅଧିବେଶନ ପୂର୍ବରୁ ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ବିଧାନସଭାର କନଫରେନ୍ସିଂ ହଲରେ ଉଭୟ ବିରୋଧ-ଶାସକଙ୍କ ମଧ୍ୟରେ ଚାଲିଛି ଆଲୋଚନା । ବୈଠକର ଅଧ୍ୟକ୍ଷତା କରୁଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭା ପରିଚାଳନା ନେଇ ଚାଲିଛି ବିସ୍ତୃତ ଆଲୋଚନା ।
ଏହି ବୈଠକରେ ବିରୋଧୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ମାଧ୍ୟମରେ ଯୋଡି ହୋଇଛନ୍ତି । ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିକ୍ରମ ଆରୁଖ, ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହିଛନ୍ତି ।
ଆସନ୍ତାକାଲି(ଗୁରୁବାର) ଠାରୁ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ବସିବ ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୮ରୁ ୨୭ ଯାଏ ଏବଂ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ରୁ ଏପ୍ରିଲ ୯ ଯାଏଁ ଅନୁଷ୍ଠିତ ହେବ । ଆସନ୍ତା ୨୨ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।