ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତର ପ୍ରଥମ ଆଇପିଏସ୍ ମହିଳା ଭାବେ ପରିଚିତ କିରଣ ବେଦୀଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟାଇ ଦିଆଯାଇଛି । ୨୦୧୬ ମସିହା ମେ ୨୯ ତାରିଖରେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ କରିଣ ବେଦୀ ଓ ୨୯ ମେ ୨୦୨୧ରେ ଅବସର ଗ୍ରହଣ କରିଥାନ୍ତେ କିରଣ ବେଦୀ । କିନ୍ତୁ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପଦରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।
ସୂଚନା ଅନୁସାରେ, ପୁଡୁଚେରୀରେ କଂଗ୍ରେସ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ୱାମୀଙ୍କ ସହ ତାଙ୍କ ଅନେକ ସମୟରେ ମତଭେଦ ଦେଖିବାକୁ ମିଳିଥିଲା । ଏଥିସହିତ ତାଙ୍କୁ ହଟାଇବା ଲାଗି ଭି. ନାରାୟଣସ୍ୱାମୀ ବାରମ୍ବାର ଦାବି କରିଆସୁଥିଲେ । ତେବେ ଆଜି ତାଙ୍କୁ ଏହି ପଦରୁ ହଟାଇଛନ୍ତି ରାଷ୍ଟ୍ରପତି । ତାଙ୍କ ସ୍ଥାନରେ ତେଲେଙ୍ଗାନା ରାଜ୍ୟାପଳ ଡ.ତାମିଲିସାଇ ସୁନ୍ଦରରାଜନଙ୍କୁ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।