ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କଳିଙ୍ଗ ଷ୍ଟୁଡ଼ିଓର ହେବ ନବକଳେବର ।ନିର୍ମାଣ ହେବ ଆଧୁନିକ ସିନେମା ଷ୍ଟୁଡିଓ ‘ଷ୍ଟେଟ୍ ଅଫ୍ ଦି ଆର୍ଟ’। କଳିଙ୍ଗ ଷ୍ଟୁଡିଓର ନୂତନୀକରଣ ପାଇଁ ପ୍ରାୟ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଷ୍ଟୁଡ଼ିଓକୁ ଏକ ନିଯୁକ୍ତି ସୃଷ୍ଟିକାରୀ ୟୁନିଟ ସହିତ ପ୍ରତିଯୋଗିତାମୂଳକ ଓ ବ୍ୟବସାୟୀକ ଢଙ୍ଗରେ ଷ୍ଟୁଡ଼ିଓକୁ ବିକଶିତ କରାଯିବ ବୋଲି ଲକ୍ଷ୍ୟ ରଖିଛନ୍ତି ରାଜ୍ୟସରକାର । ଷ୍ଟୁଡିଓକୁ ପର୍ଯ୍ୟଟକ ଓ ସାମାଜିକ କେନ୍ଦ୍ର ଭାବେ ବିକଶିତ କରାଯିବା ପାଇଁ ଲକ୍ଷ ରଖାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ ଏନେଇ ଆଲୋଚନା କରାଯାଇଥିଲା । ସମୀକ୍ଷା ବୈଠକ ପୂର୍ବରୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗତ ରବିବାର କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରିଥିଲେ । ସେଠାରେ ସେ ଫିଲ୍ଡର ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ ।