ସନ୍ଷ୍ଟାର ଟିଭି ବ୍ୟୁରୋ
ମଥୁରା: ଭାରତ ସ୍ଵାଧିନତା ଲାଭ କରିବା ପରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ ହେବାକୁ ଯାଉଛନ୍ତି । ଉତ୍ତର ପ୍ରଦେଶର ମଥୁରା ସ୍ଥିତ ଫାଶୀଘରରେ ରହୁଥିବା ଶବ୍ନବ୍ଙ୍କୁ ଦିଆଯିବ ଫାଶୀଦଣ୍ଡ । ତେବେ ଏହାପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି ।ମୀରଟର ପଓ୍ଵନ ଜଲ୍ଲାଦ, ଯିଏ ନିର୍ଭୟା ଦୋଷୀଙ୍କୁ ଫାଶି ଦେଇଥିଲେ ସେ ଶବ୍ନବ୍ଙ୍କୁ ମଧ୍ୟ ଫାଶିରେ ଝୁଲାଇବେ । ତେବେ ଫାଶୀ ତାରିଖ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ।
ଉଲ୍ଲେଖନୀୟ ଯେ, ଏପ୍ରିଲ ୨୦୦୮ରେ ଶବ୍ନମ ନିଜ ପ୍ରେମିକ ସହିତ ମିଶି ପରିବାରର ୭ ଜଣଙ୍କୁ କୁରାଢୀରେ ହାଣି ହତ୍ୟା କରିଥିଲା । ଏହି ମାମଲାରେ ସୁପ୍ରିମକୋର୍ଟ ଶବନମଙ୍କ ଫାଶୀଦଣ୍ଡ ଆଦେଶ ଦେଇଥିଲେ । ତେବେ ରାଷ୍ଟ୍ରପତି ମଧ୍ୟ ତାଙ୍କର ରାଜକ୍ଷମା ଆବେଦନକୁ ଖାରଜ କରିଦେଇଥିଲେ । ତେବେ ଦେଶ ସ୍ବାଧୀନ ହେବାପରେ ପ୍ରଥମ ମହିଳା କଏଦୀ ହେବେ, ଯାହାକୁ ଫାଶୀ ଦିଆଯିବ।
୧୫୦ ବର୍ଷ ପୂର୍ବେ ମଥୁରା ଜେଲରେ ମହିଳା ଫାଶୀଘର ତିଆରି କରାଯାଇଥିଲା କିନ୍ତୁ ଭାରତ ସ୍ଵାଧିନ ହେବା ପରେ ଆଜିଯାଏଁ କାହାକୁ ଫାଶି ଦଣ୍ଡ ଦିଆଯାଇନାହିଁ । ଯଦି ଶେଷ ସମୟ ଯାଏଁ କୌଣସି ଅସୁବିଧା ନହୁଏ ତେବେ ଶବ୍ନମ୍ ହେବେ ସ୍ଵାଧିନ ଭାରତର ପ୍ରଥମ ମହିଳା ଯିଏକି ନିଜ ଅପରାଧ ପାଇଁ ଫାଶୀଦଣ୍ଡ ପାଇବେ ।