ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ପୋଲିସ ଯେତେ ସଚେତନତା ବାର୍ତ୍ତା ଦେଲେ ମଧ୍ୟ ଲୋକ ସାଇବର ଠକାମୀର ଶିକାର ହୋଇଚାଲିଛନ୍ତି । ଆଜି କଟକରେ ଜଣେ ଅବସରପ୍ରାପ୍ତ ଡାକ୍ତର ସାଇବର ଠକାମୀର ଶିକାର ହୋଇଛନ୍ତି ।ସିମ ଆକ୍ଟଟିଭ୍ କରିବା ନାମରେ ଡାକ୍ତରଙ୍କ ଠାରୁ ୭୭ ଲକ୍ଷ ୮୬ ହଜାର ୭୨୭ ଟଙ୍କା ହଡପ କରି ନେଇଥିବା ସୂଚନା ମିଳିଛି । ତେବେ ଡାକ୍ତରଙ୍କ ନାମ ସନାତନ ମହାନ୍ତି ହୋଇଥିବା ବେଳେ ସେ କଟକ ସିଡିଏ ସେକ୍ଟର – ୭ରେ ରହୁଥିଲେ । ଠକାମିର ଶିକାର ହେବା ପରେ ସାଇବର ସେଲ୍ରେ ଅଭିଯୋଗ କରିଛନ୍ତି ଡାକ୍ତର ସନାତନ ମହାନ୍ତି ।