ସନ୍ଷ୍ଟାର ଟିଭି ବ୍ୟୁରୋ
ଆନ୍ଧ୍ର ପ୍ରଦେଶ: ଆନ୍ଧ୍ରପ୍ରଦେଶରେ ଘୁଷୁରି ପାଳକ ମିଲାଭାରାମ ଗାଁର ବି ଜାମଲାଇୟା ଘର ତିଆରି ପାଇଁ ଏକ ଲୁହା ବାକ୍ସରେ ପ୍ରାୟ ୫ ଲକ୍ଷ ସଞ୍ଚୟ କରିଥିଲେ। ମଙ୍ଗଳବାର ଯେତେବେଳେ ସେ ବାକ୍ସ ଖୋଲିଲେ, ସେ ଦେଖିଲେ ଯେ ନୋଟଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ନୋଟ ସବୁ ଉଇ ଖାଇଯାଇଛି । ଜୀବନ ଯାକ ସଞ୍ଚୟ ନଷ୍ଟ ହୋଇଯିବାପରେ ପରିବାର ସଦସ୍ୟ ସାହାଯ୍ୟ ପାଇଁ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ପୋଲିସ ତାଙ୍କ ଘରକୁ ଯାଇ ସ୍ଥିତି ସଜ୍ଞାନ ନେଇଛନ୍ତି।
“ମୁଁ ମୋର ଜୀବନ ଯାକ ସଞ୍ଚୟ ଏକ ଘର ନିର୍ମାଣ କରିବାକୁ ଯୋଜନା କରିଥିଲି। କିନ୍ତୁ, ସମସ୍ତ ନୋଟରେ ଛିଦ୍ର ଦେଖାଯାଉଥିବାରୁ ମୁଁ ବିବ୍ରତ ହୋଇଥିଲି ବୋଲି ଶ୍ରୀ ଜାମଲାଇୟା କହିଛନ୍ତି। ଯେହେତୁ ଶ୍ରୀ ଜାମଲାଇୟାଙ୍କର ବ୍ୟାଙ୍କ ଆକାଉଣ୍ଟ ନଥିଲା, ସେ ଟଙ୍କା ଲୁହା ବାକ୍ସରେ ରଖିଥିଲେ ବୋଲି ଗ୍ରାମବାସୀ କହିଛନ୍ତି।