ସନ୍ଷ୍ଟାର ଟିଭି ବ୍ୟୁରୋ
ଚେନ୍ନାଇ; ଚେନ୍ନାଇରେ ଅନୁଷ୍ଠିତ ଭାରତ- ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ୨୨୭ ରନ୍ରେ ହରାଇଥିଲା ଇଂଲଣ୍ଡ । ତେବେ ଦ୍ଵିତୀୟ ମ୍ୟାଚରେ ଏହି ପରାଜୟର ପ୍ରତିଶୋଧ ନେଇଛି ଟିମ ଇଣ୍ଡିଆ । ୩୧୭ ରନରେ ଭ୍ରମଣକାରୀ ଇଂଲଣ୍ଡକୁ ପରାସ୍ତ କରିଛି ଭାରତୀୟ ଦଳ । ୪୮୦ ରନର ଲକ୍ଷ୍ୟ ନେଇ ଇଂଲଣ୍ଡ ମାତ୍ର ୧୬୪ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା ।
ଏଥିସହିତ ଏହା ବିପକ୍ଷରେ ଇଂଲଣ୍ଡ ବିପକ୍ଷରେ ଭାରତର ସବୁଠୁ ବଡ ବିଜୟ ଥିଲା । ଏହା ପୂର୍ବରୁ ୧୯୮୬ରେ କପିଲ ଦେବଙ୍କ ଅଧିନାୟକତ୍ଵରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚରେ ଇଂଲଣ୍ଡକୁ ୨୭୯ ରନ୍ରେ ହରାଇଥିଲା ଭାରତ । ଆଜି ଏହି ରେକର୍ଡକୁ ଆଜି ପାର କରିଛି ଭାରତୀୟ ଦଳ । ଏଥି ସହିତ ୮୯ ବର୍ଷର ଟେଷ୍ଟ ଇତିହାସରେ ସବୁଠୁ ବଡ ବିଜୟ ହାସଲ କରିଛି ।