ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : , ପୁଲିସ, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପାଳ, ବିଡ଼ିଓଙ୍କୁ କରୋନା ଟିକା ଦିଆସରିଛି । ତେବେ ମାର୍ଚ୍ଚରେ ବରିଷ୍ଠ ନାଗରିକଙ୍କ ସହିତ ୫୦ ବର୍ଷରୁ କମ୍ ବୟସର କୋ-ମର୍ବିଡିଜ୍ (ଯକୃତ, କିଡ଼ନୀ, କ୍ୟାନ୍ସର, ହୃଦ୍) ରୋଗୀଙ୍କୁ ମଧ୍ୟ କରୋନା ଟିକା ଦିଆଯିବ । ପରିଚୟପତ୍ର ଦେଖାଇ ହିଁ ପଞ୍ଜିକୃତ ହୋଇପାରିବେ ବରିଷ୍ଠ ନାଗରିକ । କେନ୍ଦ୍ର ସରକାର ଖୁବ୍ଶୀଘ୍ର ଏ ନେଇ ନିର୍ଦ୍ଦେଶ ଦେଇପାରନ୍ତି । କେନ୍ଦ୍ରରୁ ନିର୍ଦ୍ଦେଶ ଆସିବା ପରେ ରାଜ୍ୟରେ କୋ-ୱିନ୍ ପୋର୍ଟାଲରେ ପଞ୍ଜିକରଣ ଆରମ୍ଭ ହେବ । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି ।