ସନ୍ଷ୍ଟାର ଟିଭି ବ୍ୟୁରୋ
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ସର୍ବାଙ୍ଗ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ପହଞ୍ଚିଛନ୍ତି । ଭବ୍ୟ ସ୍ଵାଗତ ସମ୍ଵର୍ଦ୍ଧନା ସହ ତାଙ୍କୁ ସ୍ଵାଗତ କରିଛନ୍ତି ସୁନ୍ଦରଗଡ ବାସିନ୍ଦା । ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ତଥା ଶିଳାନ୍ୟାସ କରିବା ପାଇଁ ଆୟୋଜିତ ହୋଇଥିବା ସଭାସ୍ଥଳରେ ପହଞ୍ଚି ସାରିଛନ୍ତି ।ସଭାରେ ପହଞ୍ଚି ଡିଜିଟାଲ ଉପାୟରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ତଥା ଶିଳାନ୍ୟାସ କରିଛନ୍ତି ।
ଏଥିସହିତ ସୁନ୍ଦରଗଡରେ ନିର୍ମାଣ ହେବାକୁ ଥିବା ଦେଶର ସର୍ବବୃହତ ହକି ଷ୍ଟାଡିୟମର ଶିଳାନ୍ୟାସ ମଧ୍ୟ କରିଛନ୍ତି । ପର୍ଯ୍ୟଟନର ବିକାଶ, ଉଠା ଜଳସେଚନ, ଶିକ୍ଷା, ସ୍ଵାସ୍ଥ୍ୟ , ବିକାଶ, ପାନୀୟ ଆଜି ଅନେକ କ୍ଷେତ୍ର ପାଇଁ ପ୍ରାୟ ୪ ହଜାର ୯ଶହ ୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିମଧ୍ୟରେ ରହିଛି ୧୬୨୨କୋଟିର ପାନୀୟ ଜଳ ପ୍ରକଳ୍ପ, ୩୨୦ କୋଟିର ଜଳସେଚନ, ୧୧୧କୋଟି ର ସ୍ୱାସ୍ଥ୍ୟସେବା, ୧୦୬୦ କୋଟିର ରାସ୍ତାଘାଟର ବିକାଶ, ୩୬୬କୋଟିର ଶିକ୍ଷା ପ୍ରକଳ୍ପ l ଅନୁରୂପ ଭାବେ ୨୫୦ କୋଟିର ପରିମଳ,୨୧୬ କୋଟିର ଜୀବିକା ବିକାଶ, ୪୭୧ କୋଟିର ସ୍ମାର୍ଟ ସିଟି ପ୍ରକଳ୍ପ , ୩୮ କୋଟିର ବିଦ୍ୟୁତଶକ୍ତି ଯୋଗାଣ, ୬୭ କୋଟି ଭିତ୍ତିଭୂମି ଉନ୍ନୟନ, ୧୩୫ କୋଟିର ମହିଳା ଓ ଶିଶୁ ବିକାଶ, ୧୨ କୋଟିର ପରିବେଶ ସୁରକ୍ଷା, ୧୫ କୋଟିର ଦକ୍ଷତା ବିକାଶ ଓ ୧୨୦ କୋଟିର କ୍ରୀଡ଼ା ପ୍ରକଳ୍ପ ରହିଛି l