ସନ୍ଷ୍ଚାର ଟିଭି ବ୍ୟୁରୋ
ଭୁବନେଶ୍ବର: ପୁଣି ଶୁଣିବାକୁ ମିଳିବ କେନ୍ଦ୍ରାପଡା ଜିଲ୍ଲାର ବାବା ସାରଥି (ସନ୍ତୋଷ ରାଉଳ) ଙ୍କ ପ୍ରବଚନ । ସାରଥିଙ୍କୁ ପ୍ରବଚନ ଦେବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ତେବେ କରୋନା କଟକଣାକୁ ମାନି ପ୍ରବଚନ ଦେବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ସର୍ବାଧିକ ୨ଶହ ଲୋକଙ୍କୁ ନେଇ ଦେଇପାରିବେ ପ୍ରବଚନ ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପ୍ରବଚନ ପାଇଁ ଅନୁମତି ଦେବାକୁ ଆବେଦନ କରିଥିଲେ ସାରଥି । କୋର୍ଟ ରଖିଥିବା ୩ଟି ସର୍ତ୍ତକୁ କୋହଳ କରିବାକୁ ସାରଥି ତାଙ୍କ ଆବେଦନରେ ଦର୍ଶାଇଛନ୍ତି । ଗତ ୨୨ ତାରିଖରେ ହାଇକୋର୍ଟ ସାରଥିଙ୍କୁ ସର୍ତ୍ତମୂଳକ ଜାମିନ ମଂଜୁର କରିବା ପରେ ୨୫ ତାରିଖରେ ଚୌଦ୍ୱାର ସର୍କଲ ଜେଲରୁ ବାହାରିଥିଲେ ସାରଥି ।