ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଏକାମ୍ର କ୍ଷେତ୍ରରେ ଏନ୍ଏମ୍ଏ ଦ୍ଵାରା ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ସ୍ଵର ବ୍ୟାପକ ହେବାରେ ଲାଗିଛି । ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହାକୁ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ।
ସୁରେଶ ଚନ୍ଦ୍ର ମହାପାତ୍ର ଲେଖିଛନ୍ତି ଯେ ଏହି ଆଇନ ଆଗତ କରାଯାଏ ତେବେ ମନ୍ଦିର ପରସରରେ ଥିବା ପୂଜକ, ସେବୟତ, ଭକ୍ତ ଓ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେବ । ତେବେ ମାର୍ଚ୍ଚ ୧୧ ରେ ଅନୁଷ୍ଠିତ ହେବାକୁ ଥିବା ଶିବରାତ୍ରୀରେ ଜନସମାଗମକୁ ଦୃଷ୍ଟିରେ ରଖି ପୂଜକ ବା ସେବାୟତଙ୍କ ସହଯୋଗ ଜରୁରୀ ବୋଲି ଚିଠିରେ ଉଲ୍ଲେଖ ରହିଛି ।