ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ହ୍ଵାର୍ଟସ୍ଆପ୍ ନିଜର ପ୍ରାଇଭେସି ପଲିସିରେ ପରିବର୍ତ୍ତନ କରିବା ପରେ ହ୍ଵାର୍ଟସ୍ଆପ୍ ବ୍ୟବହାରକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ବ୍ୟବହାରକାରୀଙ୍କ ତଥ୍ୟ ଲିକ୍ ଗୋପନୀୟ ରଖାଯାଉନଥିବା ଅଭିଯୋଗ କରି ସୁପ୍ରିମକୋର୍ଟ ଦ୍ଵାରସ୍ଥ ହୋଇଥିଲେ ବ୍ୟବହାରକାରୀ । ତେବେ ଆଜି ଏହା ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଫେସ୍ବୁକ୍ ଓ ହ୍ବାଟ୍ସଆପ୍ ପକ୍ଷରୁ ଉପସ୍ଥିତ ଥିବା ଆଇନଜୀବୀଙ୍କୁ ପ୍ରଧାନ ବିଚାରପତି ବୋବ୍ଡେ ଆହୁରି ବି କହିଛନ୍ତି କି ‘ଆପଣ ତିନି ଟ୍ରିଲିୟନ୍ର କମ୍ପାନି ହୁଅନ୍ତୁ ପଛେ, କିନ୍ତୁ ଲୋକମାନଙ୍କ ପାଇଁ ସେମାନଙ୍କ ଗୋପନୀୟତା ଟଙ୍କାଠାରୁ ଯଥେଷ୍ଟ ମୂଲ୍ୟବାନ। ସେମାନଙ୍କ ଗୋପନୀୟତାକୁ ସୁରକ୍ଷା ଦେବା ଆମ କର୍ତ୍ତବ୍ୟ। ଆମେ ଯାହା ଶୁଣିଲୁ, ଯାହା ପଢ଼ିଲୁ ତାହା କହୁଛୁ। ଲୋକମାନେ ଭାବୁଛନ୍ତି ଯଦି ‘ଏ’ ଗୋଟେ ମେସେଜ୍ ‘ବି’କୁ ପଠାଉଛି ଓ ‘ବି’ ସେହି ମେସେଜ୍କୁ ‘ସି’କୁ ପଠାଉଛି ତେବେ ଫେସ୍ବୁକ୍ରେ ଏକ ମେସେଜ୍ ସର୍କିଟ୍ ପ୍ରକାଶ ପାଇଯାଉଛି।’ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟକୁ ଗୋପନୀୟ ରଖିବାକୁ ୟୁଜର୍ସଙ୍କୁ ପ୍ରତିଶୃତି ଦେବାକୁ ହ୍ଵାର୍ଟଆପକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ ।
ଅନ୍ୟପକ୍ଷରେ ଶୁଣାଣି ସମୟରେ ଫେସ୍ବୁକ୍ ଓ ହ୍ବାଟ୍ସଆପ୍ ପକ୍ଷରୁ ସେଠାରେ ଉପସ୍ଥିତ ଥିବା ଓକିଲ ଅରବିନ୍ଦ ଦତ୍ତର ଓ କପିଲ୍ ସିବଲ୍ ଏହି ଅଭିଯୋଗକୁ ଅସ୍ବୀକାର କରି ଏହା ଏକ ମିଥ୍ୟା ଅଭିଯୋଗ ବୋଲି ସଫେଇ ଦେଇଛନ୍ତି ।