ସନ୍ଷ୍ଚାର ଟିଭି ବ୍ୟୁରୋ
କଟକ: ଭାଲେନଣ୍ଟାଇନ ଡେ ଅର୍ଥାତ୍ ପ୍ରେମ ଦିବସର କେବଳ ପ୍ରେମିକ ପ୍ରେମିକାଙ୍କ ପାଇଁ ନୁହେଁ । ଏହି ଦିନର ବିଶେଷତ୍ଵ ହେଉଛି ପରସ୍ପର ମଧ୍ୟରେ ସ୍ନେହ ପ୍ରେମ ବାଣ୍ଟିବା । ତେବେ ଏହି ଦିନଟିକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ରବିନ ହୁଡ୍ ଆର୍ମୀ, କଟକ (Robin hood army, CUTTACK) ଜିରୋ ଫଣ୍ଡ ସଂଗଠନର ସାମାଜିକ କର୍ମୀମାନେ ।
SCB ରେ ରୋଗୀ, ଛୋଟ ଛୋଟ ଛୁଆ ଓ ସେଠାରେ କାର୍ଯ୍ୟରତ ସୁରକ୍ଷାକର୍ମୀମାନଙ୍କ ସହ ସମୟ ବିତାଇ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରୟାସ କରିଥିଲେ ଏହି ସ୍ଵେଚ୍ଛାସେବୀ ସଂଗଠନର କର୍ମୀମାନେ । ଏଥି ସହିତ ସେମାନଙ୍କୁ ପ୍ରେମର ପ୍ରତୀକ ଲାଲ୍ ଗୋଲାପ ଦେଇ ନିଜର ଭଲପାଇବା ବ୍ୟକ୍ତ କରି ଥିଲେ ଓ ଶେଷ ରେ ବିସ୍କୁଟ, ଜୁସ୍ ଦେଇ ସେମାନଙ୍କ ଠାରୁ ବିଦାୟ ନେଇ ଥିଲେ ।ତେବେ ଏହି କାର୍ଯ୍ୟରେ ରବିନ, ସ୍ମୃତି, ସୋନାଲି, ଜଗନ୍ନାଥ, ପ୍ରତ୍ୟାଶ୍, ପଳାଶ, ସୁମିତ୍ରା ପ୍ରମୁଖ ଉପସ୍ଥିତ ଥିଲେ ।