ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟରେ ବନ୍ଦ ଡାକରା ଦେଇଛି କଂଗ୍ରେସ । ଶାନ୍ତିପୂର୍ଣ୍ଣ ଉପାୟରେ ଏହି ବନ୍ଦ ଡାକରାକୁ ସଫଳ କରାଯିବ ବୋଲି କଂଗ୍ରେସର ତୁଙ୍ଗ ନେତା ମାନେ ପ୍ରତିଶୃତି ଦେଇଥିଲେ ମଧ୍ୟ କଂଗ୍ରେସ ଯୁବ ଛାତ୍ର ନେତାମାନଙ୍କ ମଧ୍ୟରେ ଏହାର ବିଚ୍ୟୁତି ଘଟିଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବିଧାନସଭାକୁ ଘେରାଉ କଲାବେଳେ ପୋଲିସ- ଯୁବ ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି ଦେଖାଯାଇଛି । ଫଳରେ ସେଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ସେମାନଙ୍କୁ ଆୟତ୍ତ କରିବା ପାଇଁ ଶତାଧିକ କଂଗ୍ରେସ କର୍ମଚାରୀଙ୍କୁ ପୋଲିସ ଉଠାଇ ନେଇଛି ।
ତେବେ ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ହେବାକୁ ଥିବା ଏହି ବନ୍ଦ ପାଳନକୁ ଅନେକ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ମଧ୍ୟ କଂଗ୍ରେସ କରିବାକୁ ଚେଷ୍ଟା କରିଛି । ସାଧାରଣ ଜନତା ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ କରିଥିବା ସୂଚନା ମିଳିଛି ।