ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସାରା ଦେଶରେ ଆଜି ମଧ୍ୟ ରାତ୍ରରୁ ଟୋଲ ପ୍ଲାଜାଗୁଡିକରେ ବାଧ୍ୟତାମୂଳକ ଭାବେ ଯାଞ୍ଚ ହେବ ଅଟୋମେଟିକ ପେମେଣ୍ଟ ସିଷ୍ଟମ ଫାଷ୍ଟ୍ୟାଗ୍ ।କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ଦିନ ଏହା ଘୋଷଣା କରାଯାଇଛି । ଗାଡ଼ିରେ ଫାଷ୍ଟ୍ୟାଗ୍ ନ ଥିଲେ ଦୁଇଗୁଣା ଫାଇନ ଗଣିବାକୁ ପଡିବ ।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସ୍ପଷ୍ଟ କରି କୁହାଯାଇଛି ଯେ ରାଜପଥରେ ଥିବା ଟୋଲ୍ ପ୍ଲାଜା ଗୁଡ଼ିକରେ ସମସ୍ତ ଲେନ୍କୁ ୧୫ ତାରିଖ ମଧ୍ୟରାତ୍ରରୁ ‘ଫାଷ୍ଟ୍ୟାଗ୍ ଲେନ୍’ ଭାବେ ଘୋଷଣା କରାଯିବ । ଏହାପରେ ବିନା ଫାଷ୍ଟ୍ୟାଗ୍ରେ ଯାଉଥିବା ଗାଡ଼ିଗୁଡ଼ିକଠାରୁ ଦୁଇଗୁଣା ଫାଇନ ଆଦାୟ ହେବ । ଗାଡ଼ିରେ ଫାଷ୍ଟ୍ୟାଗ୍ ଲଗାଯିବା ସମୟସୀମା ପୂର୍ବରୁ ୨୦୨୧ ଜାନୁଆରୀ ୧ ଧାର୍ଯ୍ୟ ହୋଇଥିଲା । ପରବର୍ତ୍ତି ସମୟରେ ଏହାକୁ ଫେବୃୟାରୀ ୧୫ ଯାଏଁ ବୃଦ୍ଧି କରାଯାଇଥିଲା ।ତେବେ ଏହି ସମୟ ସୀମା ଆଉ ନ ବଢ଼ାଇବା ଲାଗି ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।ସଡ଼କ ପରିବହନ ତଥା ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି, ଫାଷ୍ଟ୍ୟାଗ୍ ଡେଡ୍ଲାଇନ୍କୁ ଆଉ ବୃଦ୍ଧି କରାଯିବ ନାହିଁ । ତେଣୁ ଗାଡ଼ି ମାଲିକମାନେ ଏହି ଇ-ପେମେଣ୍ଟ ବ୍ୟବସ୍ଥାକୁ ତୁରନ୍ତ ଗ୍ରହଣ କରିନେବା ଆବଶ୍ୟକ।