ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ପେଟ୍ରୋଲ ଓ ଡିଜେଲ ଓ ଏଲ୍ପିଜି ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ୬ ଘଣ୍ଟିଆ ବନ୍ଦ ଡାକରାj ଅବଧି ଶେଷ ହୋଇଛି । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ହେବାକୁ ଥିବା ଏହି ବନ୍ଦ ପାଳନକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ଯାନବାହନ ଚଳାଚଶ ସ୍ଵଭାବିକ ହେବାର ଦେଖାଯାଉଛି । ତେବେ ଏହି ୬ ଘଣ୍ଚା ମଧ୍ୟରେ ସାଧାରଣ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କିଛି ସ୍ଥାନରେ କଂଗ୍ରେସ କର୍ମୀ ଭଙ୍ଗାରୁଜା କରିଥିବା ମଧ୍ୟ ଦେଖାଯାଇଥିଲା ।
ତେବେ ଦିନ ସାରା ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ ହୋଇଥିବା ବେଳେ ଶେଷ ଘଣ୍ଟାରେ ବିଧାନସଭାକୁ ଘେରାଉ କଲାବେଳେ ପୋଲିସ- ଯୁବ ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି ଦେଖାଯାଇଥିଲା । ଫଳରେ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସେମାନଙ୍କୁ ଆୟତ୍ତ କରିବା ପାଇଁ ଶତାଧିକ କଂଗ୍ରେସ କର୍ମଚାରୀଙ୍କୁ ପୋଲିସ ଉଠାଇ ନେଇଥିଲା ।