ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଏକାମ୍ରକ୍ଷେତ୍ରରେ ବାଇ-ଲ ପ୍ରତ୍ୟାହାରକୁ ନେଇ ଦାବି ଜୋରଦାର ହେବାରେ ଲାଗିଛି । ତେବେ ଆସନ୍ତା କାଲି ନିଖିଳ ଓଡ଼ିଶା ସେବାୟତ କମିଟି ପକ୍ଷରୁ ରାଜ୍ୟର ସବୁ ମନ୍ଦିରରେ ଘଣ୍ଟ ଘଣ୍ଟାମାଡ଼ ହୋଇ ପ୍ରତିବାଦ କରାଯିବ । ସକାଳ ୧୦ଟାରୁ ଏହି ପ୍ରତିବାଦ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ନିଖିଳ ଓଡ଼ିଶା ସେବାୟତ କମିଟି ।
ଏହି ଚିଠା ବାଇ-ଲ’ ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ କରିଡରକୁ ବାଧା ଦେବ । ଆସନ୍ତାକାଲି ଘଣ୍ଟ ଘଣ୍ଟାମାଡ ଜରିଆରେ ଏହି ପ୍ରସ୍ତାବକୁ ବିରୋଧ କରାଯିବା ନେଇ ନିଷ୍ପତି ନେଇଛି ନିଖିଳ ଓଡ଼ିଶା ସେବାୟତ କମିଟି । ଏହି ଉପନିୟମ ଦ୍ବାରା ଭୁବନେଶ୍ବରର ୨ମନ୍ଦିର ପ୍ରଭାବିତ ହେବ । ସେହିପରି ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ବର ମନ୍ଦିର ମଧ୍ୟ ବାଇ-ଲ’ ଦ୍ବାରା ପ୍ରଭାବିତ ହେବ ।