ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କିଛି ଦିନ ତଳେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ବିଜେପି ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କର ନିଖୋଜ ପୋଷ୍ଟର । ତେବେ ଆଜି ଏ ସଂପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ । ଏକ ପ୍ରେସ ମିଟ୍ରେ ସେ କହିଛନ୍ତି ଯେ “ଜାନୁଆରୀ ୨୯ରୁ ୧୩ ଫେବୃୟାରୀ ଯାଏଁ ବଜେଟ ଅଧିବେଶନ ଥିଲା । ମୁଁ ସଂସଦରେ ଉପସ୍ଥିତ ଥିଲି । ଶୁଣିବାକୁ ପାଇଲି ଯେ ନିଖୋଜ ପୋଷ୍ଟର ଲାଗିଛି ।
ମୁଁ ଆସନ୍ତା ୮ମାର୍ଚ୍ଚରୁ ୮ ଏପ୍ରିଲ ପର୍ଯ୍ୟନ୍ତ ମଧ୍ୟ ମୁଁ ସଂସଦରେ ରହିବି । ଏଇଟା ମୋର ଦାୟିତ୍ୱ ଓ କର୍ତ୍ତବ୍ୟ । ସବୁବେଳେ ଭୁବନେଶ୍ୱରବାସୀ ମୋର ମନେପଡନ୍ତି, ଓଡ଼ିଶାବାସୀ ବି ମନେପଡନ୍ତି । ଯେଉଁମାନେ ପୋଷ୍ଟର ମାରିଥିଲେ ସେମାନଙ୍କୁ ଅନୁରୋଧ, ପ୍ରତି ଗଳି କନ୍ଦିରେ ପୋଷ୍ଟର ମାରନ୍ତୁ । ଏଥର ବହୁତ କମ ପୋଷ୍ଟର ଲାଗେଇଥିଲେ । ପୋଷ୍ଟେର ଲଗେଇଲେ ମୋତେ ବହୁତ ସାହାଯ୍ୟ ମିଳୁଛି।’’