ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ପୁରୀ ଜିଲ୍ଲା ତାଳବଣିଆ ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା । ଜେଲ୍ରେ ମଧ୍ୟରେ ରହି ନିଜ ହାତ ଓ ବେକ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି ଜଣେ ଅଭିଯୁକ୍ତ । ଅଭିଯୁକ୍ତ ଜଣକ ବାଲିଗୁଆଳି ଅଞ୍ଚଳର ୨୬ ବର୍ଷୀୟ କାବୁ ପ୍ରଧାନ ବୋଲି ସୂଚନା ମିଳିଛି । ଜେଲ ମଧ୍ୟରେ ମଶାଧୂପ ଷ୍ଟାଣ୍ଟରେ ନିଜର ହାତ ଓ ବେକ କାଟି ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ।
ତେବେ ଏହି ଆତ୍ମହତ୍ୟାର କାରଣ ଏଯାଏଁ ଜଣା ପଡିନଥିଲା ବେଳେ ଅଭିଯୁକ୍ତ ଜଣଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏ ଘଟଣା ସମ୍ପର୍କରେ ପୋଲିସ କୌଣସି ସୂଚନା ଦେଇନାହିଁ ।