ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଭୁବନେଶ୍ୱରରୁ ପ୍ରାୟ ୧୨,୭୩୮ କିମି ଦୂର କାନାଡ଼ାର ଟରୋଣ୍ଟୋ, ଆଉ ସେଠାରେ ରହୁଛନ୍ତି ପ୍ରବାସୀ ଓଡ଼ିଆ ଦମ୍ପତି ଦେବାଶିଷ ମିଶ୍ର ଓ ନବନୀତା ମହାପାତ୍ର। ଓଡିଶା ଠାରୁ ବହୁତ ଦୂରରେ ରହିଲେ ମଧ୍ୟ ଓଡିଶା ପ୍ରତି ତାଙ୍କର ସ୍ନେହ ,ପ୍ରେମ ଓ ଭଲପାଇବା ସେମିତି ଅତୁଟ ଅଛି। ଆଜି ସମଗ୍ର ବିଶ୍ୱ ପାଳନ କରୁଛି ପ୍ରେମ ଦିବସ ବା ଭ୍ୟାଲେଣ୍ଟାଇନ୍ ଡେ ।ଏହି ଭ୍ୟାଲେଣ୍ଟାଇନ୍ ଡେ ଯେ କେବଳ ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ସୀମିତ ନୁଁହେ, ଏହାର ଅର୍ଥ ବିସ୍ତୃତ ଓ ପ୍ରଶସ୍ତ । ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ବାଣ୍ଟିବାର ଦିନଟିଏ ଆଜି ।ଦେବାଶିଷ ଓ ନବନୀତା ଆଜି ଭ୍ୟାଲେଣ୍ଟାଇନ୍ ଡେ କୁ କିଛି ନିଆରା ଢଙ୍ଗରେ ପାଳନ କରୁଛନ୍ତି । କାନାଡ଼ାରେ କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଜାରି ରହିଥିବାବେଳେ ଟରୋଣ୍ଟୋ ସହର ସମ୍ପୂର୍ଣ ଲକ୍ ଡାଉନ୍ ଅଛି । ସେଇଠିରହି ଏହି ପ୍ରବାସୀ ଓଡ଼ିଆ ଦମ୍ପତି ରାଜଧାନୀ ଭୁବନେଶ୍ୱରର ନିଳାଦ୍ରୀବିହାର ସ୍ଥିତ ନାରାୟଣୀ ବସ୍ତିରେ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମ ଆୟୋଜନ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ବସ୍ତିର କୁନି ପିଲାଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରାଯିବା ସହ ସେମାନଙ୍କୁ ଶିକ୍ଷା ଓ ସ୍ୱଚ୍ଛତା ଉପରେ ସଚେତନ କରାଯାଇଥିଲା । ଦେବାଶିଷ ଓ ନବନୀତା ଙ୍କ ସହଯୋଗରେ ବିଜେବି କଲେଜ୍ ର ସାମ୍ବାଦିକତା ଓ ଗଣ ଯୋଗଯୋଗ ବିଭାଗ ର କିଛି ଛାତ୍ରଛାତ୍ରୀ ଯୋଗ ଦେଇ ପିଲାମାନଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ସାଗର ,ଶ୍ରାବଣୀ, ନିଶିକାନ୍ତ,ଅଭିଜିତ, ସ୍ୱାତୀ,ରଘୁନାଥ,ସୁବାସ, ସୋନାଲି, ଜିତୁ ,ଜଗା ଯୋଗଦେଇଥିଲେ । ଏମିତି ଏକ ସୁନ୍ଦର ଚିନ୍ତାଧାରା ସହ ଭ୍ୟାଲେଣ୍ଟାଇନ୍ ଡେ ପାଳନ କରିଥିବାରୁ ଦେବାଶିଷ ଓ ନବନୀତା ଙ୍କୁ ବିଭିନ୍ନ ମହଲରୁ ପ୍ରସଂସାର ସୁଅ ଛୁଟୁଛି।