ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଏକାମ୍ର କ୍ଷେତ୍ରରୁ କେନ୍ଦ୍ର ସରକାରଙ୍କ ବାଇ-ଲ ପ୍ରତ୍ୟାହାର କରିବାକୁ ବିଭିନ୍ନ ମହଲରୁ ଦାବି ଉଠୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ଓଡିଶାର ସମସ୍ତ ସାଂସଦମାନଙ୍କୁ ଅନୁରୋଧ କରିଥିଲେ । ତେବେ ଏହାକୁ ନେଇ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ଟ୍ଵିଟ ଓ୍ଵାର ଦେଖାଯାଇଛି ।
ଗତକାଲି ଲିଙ୍ଗରାଜ ମନ୍ଦିର ଓ ବ୍ରହ୍ମେଶ୍ବର ମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ’ ପ୍ରସଙ୍ଗକୁ ହଟାଇବା ପାଇଁ ବିଜେଡି ସାଂସଦମାନେ କେନ୍ଦ୍ରରେ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲଙ୍କୁ ବିଜେଡି ସାଂସଦଙ୍କ ପ୍ରତିନିଧି ମଣ୍ଡଳୀ ଭେଟିଥିଲେ ।
ତେବେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଏହି ଆଲୋଚନା କରିବା ପାଇଁ ଅନୁରୋଧ କରିଥିଲେ ଅନୁଭବ ମହାନ୍ତି । କିନ୍ତୁ ସେ ମନା କରିଦେଇଥିଲେ ବୋଲି ଟ୍ଵିଟରରେ ଲେଖିଥିଲେ ସାଂସଦ ଅନୁଭବ । ଅନୁଭବ ଆଉ ମଧ୍ୟ ଲେଖିଥିଲେ ଯେ ବାଇ ଲ ପ୍ରସଙ୍ଗ ସମ୍ପୂର୍ଣ୍ଣ ଅଣରାଜନୈତିକ ପ୍ରସଙ୍ଗ ହୋଇଥିବାବେଳେ ସାକ୍ଷାତକାରରେ ଯୋଗଦେବାକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀକୁ ଅନୁରୋଧ କରାଯାଇଥିବାବେଳେ ସେ ଏହାକୁ ପ୍ରତ୍ୟାଖାନ କରିଛନ୍ତି । ଯାହାକି ଅତ୍ୟନ୍ତ ଦୁଃଖର ବିଷୟ ।
ତେବେ ଏହାର ପ୍ରତି ଉତ୍ତରରେ ରିଟ୍ଵିଟ କରିଥିଲେ ଅପରାଜିତା ସେ ଲେଖିଛନ୍ତି ଯେ ବିନା କାରଣରେ କିଛ ବି ହୁଏ ନାହିଁ । ମୁଁ ଉଚିତ ସମୟରେ ଜବାବ ଦେବି । ଦୟାକରି ଅପେକ୍ଷା କରନ୍ତୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା ।
 
Personally requested #Bhubaneswar MP Mrs.@AprajitaSarangi to join us but she refused point blank. Regret @BJP4Odisha’s noncooperation in a purely non-political issue concerning #Odisha’s honour & spiritual sentiments.@CMO_Odisha @OfPinaki pic.twitter.com/NkwsGeWhet
— Anubhav Mohanty (@AnubhavMohanty_) February 13, 2021
Nothing is done without a reason.I will speak at the appropriate time. Please wait and watch.Regards. https://t.co/4CNxhi54lk
— Aparajita Sarangi, Member of Parliament (@AprajitaSarangi) February 13, 2021