ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆସନ୍ତା କାଲି ୬ ଘଣ୍ଟା ଯାଏ ବନ୍ଦ ରହିବ ଓଡିଶା । ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି, ଏଲ୍ପିଜି ଗ୍ୟାସ୍ ଦର ବୃଦ୍ଧି, ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା, ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ କଂଗ୍ରେସ ବନ୍ଦ ଡାକରା ଦେଇଛି । ତେବେ ଏହି ବନ୍ଦ ଡାକରା ପାଇଁ ଆସନ୍ତା କାଲି ସ୍କୁଲ ମଧ୍ୟ ବନ୍ଦ ରହିବ । କେବଳ କାଲି ନୁହେଁ ପରଦିନ ଅର୍ଥାତ୍ ସରସ୍ଵତୀ ପୂଜା ଦିନ ପୂଜା ପାଇଁ ବନ୍ଦ ରହିବ ଓଡିଶାର ବିଦ୍ୟାଳୟ ।ତେବେ ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଆମ୍ବୁଲାନ୍ସ, ଜରୁରୀ ସେବାରେ ନିୟୋଜିତ ଥିବା ଯାନବାହାନ, ଔଷଧ ଦୋକାନ, ଅତ୍ୟାବଶ୍ୟକ ସେବାରେ ଥିବା ଗାଡ଼ିକୁ ବନ୍ଦରୁ ବାଦ୍ ପଡ଼ିବ ।