ସନ୍ଷ୍ଟାର ଟିଭି ବ୍ୟୁରୋ
ରବିବାର ଦିନ ସନ୍ଧ୍ୟାରେ ଘରେ ଅଧିକ ଲୋକ ରହିଥାନ୍ତି । ସେଥିପାଇଁ ମା ମାନଙ୍କର ଚିନ୍ତା ବଢିଯାଇଥାଏ ।ସନ୍ଧ୍ୟାରେ କଣ ବନେଇବେ ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । ଅତି ସହଜରେ ଘରେ ବନାନ୍ତୁ ‘ପଟାଟୋ ପ୍ୟାନ କେକ୍’ । ଜାଣନ୍ତୁ କିପରି ବନାଇବେ ଏହି ପ୍ୟାନ କେକ୍ ।
ଆବଶ୍ୟକୀୟ ସାମଗ୍ରୀ:
ଆଳୁ
ବେସନ
ପରିବା (ବିନ, ଗାଜର, କ୍ୟାପ୍ସିକମ, ଟମାଟୋ)
ଅଧା ଚାମଚ ଅଦା ରସୁଣ ପେଷ୍ଟ
କଞ୍ଚାଲଙ୍କା
ଜୁଆଣି
ହଳଦୀଗୁଣ୍ଡ
ଲଙ୍କାଗୁଣ୍ଡ
ଧନିଆପତ୍ର
ତେଲ
ସ୍ୱାଦ ଅନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ଏକ ପାତ୍ରରେ ଆଳୁକୁ ପୁରା ଛୋଟ ଛୋଟ କରି କାଟି ଦିଅନ୍ତୁ ଅର୍ଥାତ୍ ଗ୍ରିଡ୍ କରିଦିଅନ୍ତୁ ।ସେଥିରେ ଦୁଇ ଚାମଚ ବେସନ, ଅଦା ରସୁଣ ପେଷ୍ଟ, କଞ୍ଚାଲଙ୍କା, ଜୁଆଣି, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆପତ୍ର ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ।
ଏହା ପରେ ପ୍ୟାନ ଗରମ କରି ସେଥିରେ ଅଳ୍ପ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ସେହି ଆଳୁ ମିଶ୍ରଣକୁ ଗୋଲ ଗୋଲ କରି ଟିକ୍କି ଆକାରରେ ପିଠା ଭଳି ଦିଅନ୍ତୁ । ଆଉ ତା ଉପରେ କାଟି ରଖିଥିବା ପରିବାକୁ ଅଳ୍ପ ଅଳ୍ପ କରି ଦିଅନ୍ତୁ । କିଛି ସମୟ ଭାଜି ହେଲା ପରେ ଏହାକୁ ଲେଉଟାଇ ଦିଅନ୍ତୁ । ଏହିପରି ଭାବେ ଦୁଇପଟକୁ ଭଲଭାବେ ସେକି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ୱାଦିଷ୍ଟ ଗରମାଗରମ ‘ପଟାଟୋ ପ୍ୟାନ କେକ’ ।
ଏହାକୁ ଆପଣ ସସ କିମ୍ବା ଚଟଣି ସହିତ ଖାଇପାରିବେ ଓ ପରିବାର ଲୋକଙ୍କୁ ପରସି ପାରିବେ ।