ସନ୍ଷ୍ଟାର ଟିଭି ବ୍ୟୁରୋ
ଚେନ୍ନାଇ: ଭାରତ ଓ ଇଂଲଣ୍ଡ୍ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ୍ କ୍ରିକେଟ୍ ମ୍ୟାଚ୍ର ଦ୍ୱିତୀୟ ଦିନରେ ୩୨୯ ରନ୍ ସଂଗ୍ରହ କରି ଅଲ୍ଆଉଟ୍ ହୋଇଯାଇଛି ଭାରତୀୟ କ୍ରିକେଟ ଟିମ୍ । ଚେନ୍ନାଇର ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ହୋଇଛି ଏହି ମ୍ୟାଚ ।ଭାରତୀୟ ଦଳ ଶେଷ ୪ ଓ୍ଵିକେଟ୍ରେ ମାତ୍ର ୨୯ ରନ୍ କରିବାରେ ସକ୍ଷମ ହୋଇଥିଲେ । ଇଂଲଣ୍ଡର ବୋଲର ମୋଇନ୍ ଅଲି ଏବଂ ଓଲି ଷ୍ଟୋନ୍ ଶେଷ ୪ ଓ୍ଵିକେଟ୍କୁ ହାସଲ କରିପାରିଥିଲେ ।ତେବେ ୫୮ ରନ୍ କରି ଅପରାଜିତ ଅଛନ୍ତି ରିଷବ ପନ୍ତ ।
। ଦ୍ୱିତୀୟ ଇଂନିଙ୍ଗ୍ସ୍ ଖେଳିବାକୁ ଓପେନର୍ ଭାବେ ଇଂଲଣ୍ଡ୍ର ରରି ବର୍ଣ୍ଣସ୍ ଏବଂ ଡୋମ୍ ସିବ୍ଲି କ୍ରିଚ୍କୁ ଯାଇଥିଲେ। ଭାରତ ତରଫରୁ ଈଶାନ୍ତ ଶର୍ମା ବୋଲିଙ୍ଗ ଆରମ୍ଭ କରି ରରି ବର୍ଣ୍ଣସ୍ଙ୍କୁ ଏଲ୍ବିଡବ୍ଲୁ କରିଥିଲେ । ତେବେ ସଦ୍ୟତମ ସୂଚନା ଅନୁସାରେ ଲଞ୍ଚବ୍ରେକ ପୂର୍ବରୁ ଇଂଲଣ୍ଡ ୩୯ ରନ୍ ସଂଗ୍ରହ କରି ୪ ଓ୍ଵିକେଟ ହରାଇ ସାରିଛି ।