ସନ୍ଷ୍ଟାର ଟିଭି ବ୍ୟୁରୋ
କୋଣାର୍କ: ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ ପାଳନ ହେବାକୁ ଯାଉଛି ମାଘ ସପ୍ତମୀ ମେଳା । ତେବେ ପ୍ରତିବର୍ଷ ଏହି ଦିନରେ କୋଣାର୍କରେ ବୁଡ ମାରିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ରୁଣ୍ଡ ହୋଇଥାନ୍ତି । ଏହି ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମେଳାପଡ଼ିଆ ଓ ତୀର୍ଥ ପୁଷ୍କରଣୀ ସଂଲଗ୍ନ ଅଞ୍ଚଳରେ ଲାଗୁ ହେବ ୧୪୪ ଧାରା । ତେବେ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଏହି ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ ।
ତେବେ କେବଳ ମାଘସପ୍ତମୀ ବୁଡ଼ ଲାଗି ସର୍ବାଧିକ ପାଞ୍ଚଶହ ଲୋକଙ୍କୁ ଅନୁମତି ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି ।ଏହି ପାଞ୍ଚଶହ ଲୋକଙ୍କ ମଧ୍ୟରେ ସେବାୟତ, ପୁଲିସ, ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧି ଓ ତିନି ଠାକୁରଙ୍କ କର୍ତ୍ତା ଠାକୁରଙ୍କ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଯିବାଲାଗି ଅନୁମତି ରହିଛି ।