ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଖୁବ୍ ଶୀଘ୍ର ନନ୍ଦନକାନନ ଚତୁଃପାର୍ଶ୍ଵର ବିକା ହେବାକୁ ଯାଉଛି ।ନନ୍ଦନକାନନ ନିକଟରେ ନିର୍ମାଣାଧୀନ ବହୁତଳ ଗାଡି ପାର୍କିଂ ପ୍ରକଳ୍ପ ଦୁଇ ମାସ ମଧ୍ୟରେ ସାରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ପାର୍କିଂ ଏରିଆ ବିକଶିତ ହେଲେ ପର୍ଯ୍ୟଟକମାନେ ଉପକୃତ ହେବେ ।ଏହି ନୂତନ ପାର୍କିଂ ନିର୍ମାଣ ହେଲେ ଏଥିରେ ଏକାସାଙ୍ଗରେ ପ୍ରାୟ ୧୫୦୦ଟି ଚାରିଚକିଆ ଓ ୬୦୦ଟି ଦୁଇ ଚକିଆ ଦୁଇ ଚକିଆ ଯାନ ରହିପାରିବ ।
ସେହିପରି ନନ୍ଦନକାନନକୁ ନୂତନ ଭାବେ ମିଳିଥିବା ୮ ବର୍ଗ କିମି ଚୁଡଙ୍ଗଗଡ ଜଙ୍ଗଲ ଅଞ୍ଚଳକୁ ବଣ୍ୟଜନ୍ତୁ ସଫାରୀ ଭାବରେ ବ୍ୟବହାର କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ନନ୍ଦନକାନନ ନିକଟରେ ନିର୍ମାଣାଧୀନ ବହୁତଳ ଗାଡି ପାର୍କିଂ ପ୍ରକଳ୍ପ ଦୁଇ ମାସ ମଧ୍ୟରେ ସାରିବାକୁ @SecyChief ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ନନ୍ଦନକାନନକୁ ନୂତନ ଭାବେ ମିଳିଥିବା ୮ ବର୍ଗ କିମି ଚୁଡଙ୍ଗଗଡ ଜଙ୍ଗଲ ଅଞ୍ଚଳକୁ ବଣ୍ୟଜନ୍ତୁ ସଫାରୀ ଭାବରେ ବ୍ୟବହାର କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। pic.twitter.com/XdD6e7Nvah
— I & PR Department, Odisha (@IPR_Odisha) February 12, 2021