ସନ୍ଷ୍ଟାର ଟିଭି ବ୍ୟୁରୋ
ହାଇଦ୍ରାବାଦ: କରୋନା ମହାମାରୀ ପାଇଁ ପ୍ରଭାବିତ ହୋଇଥିବା ଜୀବନ ଧାରଣମାନ ଏବେ ସ୍ଵଭାବିକ ହେବାରେ ଲାଗିଛି । ତେବେ ଫେବୃୟାରୀ ୧୮ରୁ ଦର୍ଶକଙ୍କ ପାଇଁ ଖୋଲିବାକୁ ଯାଉଛି ବିଶ୍ୱର ସର୍ବବୃହତ ଫିଲ୍ମ ଷ୍ଟୁଡିଓ ରାମୋଜୀ ଫିଲ୍ମସିଟି ।ପୂର୍ବଭଳି ପୁଣି ଏହି ଷ୍ଟୁଡିଓରେ ମନୋରଂଜନ, ଆନନ୍ଦମୟ ସିନେମ୍ୟାଜିକ ଓ ଅବସର ବିନୋଦନର ଅନୁଭୂତି ହାସଲ କରିପାରିବେ ଦର୍ଶକ ।
ରାମୋଜୀ ଫିଲ୍ମ ସିଟିରେ ପର୍ଯ୍ୟଟକଙ୍କ ପସନ୍ଦର ରହଣି ପାଇଁ ବିଳାସମୟ, ଆରାମଦାୟକ, ଇକୋନୋମି ଓ ସୁପର ଇକୋନୋମି ପ୍ୟାକେଜ୍ ବି ଉପଲବ୍ଧ ହେଉଛି ।
କୋରୋନା ଦୃଷ୍ଟିରୁ ପର୍ଯ୍ୟଟକଙ୍କ ନିରାପଦ ଭ୍ରମଣ ପାଇଁ ରାମୋଜୀ ଫିଲ୍ମ ସିଟିରେ ସବୁ ପ୍ରକାରର ସାବଧାନତାମୂଳକ ପଦକ୍ଷେପ ନିଆଯାଉଛି । ପ୍ରତି ସ୍ଥାନରେ ପରିଦର୍ଶକଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ଧ୍ୟାନରେ ରଖି ଶାରୀରିକ ଦୂରତା ଓ ବିଶୋଧନର ସମସ୍ତ ନିୟମ ଅବଲମ୍ୱନ କରାଯାଉଛି । ଏହାଛଡ଼ା ନିରାପତ୍ତା ନିୟମ ସଂପର୍କରେ ଗାଇଡମାନଙ୍କୁ ଉପଯୁକ୍ତ ତାଲିମ ମଧ୍ୟ ଦିଆଯାଇଛି ।ରାମୋଜୀ ଫିଲ୍ମ ସିଟି ଭ୍ରମଣର ସୁଯୋଗ ନେବା ପାଇଁ ପର୍ଯ୍ୟଟକମାନେ ୱେବସାଇଟ୍ www.ramojifilmcity.com କିମ୍ୱା ନିଃଶୁଳ୍କ ନମ୍ୱର ୧୮୦୦ ୧୨୦ ୨୯୯୯ର ସହାୟତା ନେଇପାରିବେ ।