ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ଓଡିଶାର ସଂସ୍କୃତି, ଐତିହ ଓ ପରମ୍ପରାର ପରିଚୟ ପ୍ରଦାନ କରୁଥିବା ଐତିହାସିକ ପୁରୀ ଜଗନ୍ନାଥ ମନ୍ଦିରର ଭିତର ଫୋଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମନ୍ଦିର ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଭିତର ଫୋଟୋ ଉଠାଇବାକୁ ବାରଣ କରାଯାଇଛି ।ମନ୍ଦିର ଭିତରକୁ ପ୍ରବେଶ କଲାବେଳେ ମୋବାଇଲ୍ ଫୋନ୍, କ୍ୟାମେରା ନନେବା ପାଇଁ କଡା ଯାଞ୍ଚ କରାଯାଉଥିଲେ ମଧ୍ୟ ଏହି ଫୋଟୋ କିପରି ଉଠାଗଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତେବେ ଶ୍ରୀମନ୍ଦିରର ଦକ୍ଷିଣ ଦ୍ଵାରର ଏହି ଫୋଟୋ ଗୁଡିକ ଶାଲିନି ପାଶି ନାମକ ଏକ ଇନ୍ଷ୍ଟାଗ୍ରାମ ୟୁଜର୍ସଙ୍କ ଆକାଉଣ୍ଟରୁ ଫେବୃୟାରୀ ୩ରୁ ସେୟାର କରାଯାଇଥିବା ଦେଖାଯାଇଛି ।ଏଥି ସହିତ ଇଣ୍ଡିଆନ୍ ଟେମ୍ପୁଲସ ନାମକ ଇନ୍ଷ୍ଟାଗ୍ରାମ ଆଇଡ଼ିରେ ମଧ୍ୟ ଏହି ଫୋଟୋ ସେୟାର କରାଯାଇଛି । ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି ।
ସିଂହଦ୍ଵାର ପୋଲିସ ଷ୍ଟେସନରେ ଏନେଇ ଏଫ୍ଆଇଆର୍ ଦିଆଯାଇଛି ଓ ଏହି ଘଟଣାର ତଦନ୍ତ କରାଯାଉଛି ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।