ସନ୍ଷ୍ଟାର ଟିଭି ବ୍ୟୁରୋ
ଚେନ୍ନାଇ: ଆରମ୍ଭ ହୋଇଯାଇଛି ଭାରତ ଓ ଇଂଲଣ୍ଡ୍ ମଧ୍ୟରେ ୪ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ଵିତୀୟ ମ୍ୟାଚ । ଚେନ୍ନାଇର ଚେପୌକ୍ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚ୍ରେ ଟସ୍ ଜିଣି ଭାରତ ପ୍ରଥମେ ବ୍ୟାଟିଙ୍ଗ୍ କରିବାର ନିଷ୍ପତି ନେଇଥିଲା । ତେବେ ଏହି ମ୍ୟାଚରେ ଭାରତ କିଛିଟା ପରିବର୍ତ୍ତନ କରିଥିବା ଦେଖାଯାଇଛି । ଓ୍ଵାସିଙ୍ଗଟନ ସୁନ୍ଦର, ଜସ୍ପ୍ରିତ ବୁମ୍ରା ଓ ଶାହବାଜ୍ ନଦୀମ ଙ୍କ ସ୍ଥାନରେ କୁଳଦୀପ ଯାଦବ, ଅକ୍ଷର ପଟେଲ, ଓ ମୋହମ୍ମଦ ସିରାଜ ଙ୍କୁ ଟିମ୍ରେ ସାମିଲ କରାଯାଇଛି ।
ଭାରତ ପକ୍ଷରୁ ଓପେନିଙ୍ଗ୍ ବ୍ୟାଟ୍ସ୍ମେନ୍ ଭାବେ କ୍ରିଚ୍କୁ ଯାଇଥିଲେ ରୋହିତ ଶର୍ମା ଏବଂ ଶୁଭମ୍ ଗିଲ୍ । ଅମ୍ପାୟାର୍ ବୀରେନ୍ଦ୍ର ଶର୍ମା ‘ପ୍ଲେ’ କହିବା ପରେ ନୂଆ ବଲ୍ ଧରି ଇଂଲଣ୍ଡ୍ର ଷ୍ଟୁଆର୍ଟ ବ୍ରଡ୍ ବୋଲିଙ୍ଗ୍ ଆରମ୍ଭ କରିଥିଲେ । ତେବେ ଖେଳ ଆରମ୍ଭରୁ ଭାରତକୁ ଲାଗିଛି ଏକ ବଡ ଝଟକା । ଓଲି ଷ୍ଟୋନ୍ଙ୍କର ଏକ ବଲ୍ ଖେଳିବାକୁ ଯାଇ ଆଦୌ ରନ୍ କରି ନ ଥିବା ଶୁଭମ୍ ଗିଲ୍ ଏଲ୍ବିଡବ୍ଲୁ ହୋଇ ଆଉଟ୍ ହେବା ପରେ ତାଙ୍କ ସ୍ଥାନରେ ଚେତେଶ୍ୱର ପୁଜାରା ଖେଳୁଛନ୍ତି ।ତେବେ ସଦ୍ୟ ସୂଚନା ଅନୁଯାୟୀ, ଅର୍ଦ୍ଧଶତକ ପୁରା କରିଛି ଟିମ ଇଣ୍ଡିଆ ।