ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପକ୍ଷରୁ ଜାରି ହୋଇଛି ସିବିଆଇ ପ୍ରାକ୍ଟିକାଲ ପରୀକ୍ଷା ତାରିଖ ଓ ଗାଇଡ୍ଲାଇନ୍ । କୋଭିଡ -୧୯ ଗାଇଡ୍ଲାଇନକୁ ପାଳନ କରି ପରୀକ୍ଷାଗୁଡିକୁ କରାଇବା ପାଇଁ ସିବିଏସ୍ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ମାର୍ଚ୍ଚ ୧୧ରୁ ଆରମ୍ଭ ହେବାକୁ ଯାଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା । ମାର୍ଚ୍ଚ ୧୧ରୁ ଆରମ୍ଭ ହୋଇ ଜୁନ ୧୧ରେ ସରିବ ଏହି ପରୀକ୍ଷା । ତେବେ ପରୀକ୍ଷା ପରିଚାଳନା ପାଇଁ ଗାଇଡଲାନ୍ ଜାରି କରିଛି ସିବିଏସ୍ଇ । ତେବେ ଏହି ଗାଇଡଲାଇନ୍କୁ ଅବମାନନା କଲେ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସିବିଏସ୍ଇ ପରୀକ୍ଷା ନିୟନ୍ତ୍ରକ ଡ.ସାନ୍ୟମ ଭରଦ୍ୱାଜ୍ ଚେତାବନୀ ଦେଇଛନ୍ତି ।
ଡ. ଭରଦ୍ୱାଜ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ବୋର୍ଡ ପକ୍ଷରୁ ନିଯୁକ୍ତ କରାଯାଇଥିବା ଏକ୍ସଟରନାଲ୍ଙ୍କ ଉପସ୍ଥିତିରେ ପ୍ରାକ୍ଟିକାଲ୍ ପରୀକ୍ଷା ହେବ । ଯଦି ଅନ୍ୟ କୌଣସି ଶିକ୍ଷକ ଦ୍ୱାରା ପ୍ରାକ୍ଟିକାଲ୍ କରାଯାଏ, ପରୀକ୍ଷା ବାତିଲ ହେବ । ଥିଓରି ମାର୍କ ଅନୁସାରେ ମାର୍କ ଦିଆଯିବ । ପରୀକ୍ଷା ସରିବା ମାତ୍ରେ ଠିକ ମାର୍କ, ପରୀକ୍ଷା ହଲ୍ର ଫଟୋ ଏବଂ ଉପସ୍ଥିତିକୁ ଦିଆଯାଇଥିବା ୱେବସାଇଟ୍ରେ ସେହିଦିନ ହିଁ ଅପ୍ଲୋଡ କରିବାକୁ ପଡ଼ିବ । ଫଳରେ ଯେଉଁମାନେ ପରୀକ୍ଷାରୁ ବଞ୍ଚିତ ହେବେ ସେମାନଙ୍କ ପାଇଁ ସେହି ଭିତରେ ଆଉ ଥରେ ପରୀକ୍ଷା ଦେବା ପାଇଁ ସମୟ ଧାର୍ଯ୍ୟ କରାଯିବ ।
ପ୍ରାକ୍ଟିକାଲ ପରୀକ୍ଷା ପାଇଁ କୋଭିଡ-୧୯ ନିୟମ
ପରୀକ୍ଷା ଆରମ୍ଭ ପୂର୍ବରୁ ପ୍ରାକ୍ଟିକାଲ ଲାବ୍ ଗୁଡିକୁ ସାନିଟାଇଜ୍ କରିବା ସହିତ ଲାବୋରେଟୋରୀରେ ହ୍ୟାଣ୍ଡ ସାନିଟାଇଜର ରଖିବା ବାଧ୍ୟତାମୂଳକ ।
ପରୀକ୍ଷା ସମୟରେ ପିଲାମାନେ ମାକ୍ସ ପରିଧାନ କରିବା ସହ ସାନିଟାଇଜର ଓ ସାମାଜିକ ଦୂରତା ଭଳି କୋଭିଡ ୧୯ ନିୟମ ପାଳିବା ବାଧ୍ୟତାମୂଳକ ।
୨୫ ପିଲାଙ୍କୁ ନେଇ ଗୋଟିଏ ଲେଖାଏଁ ଗ୍ରୁପ ତିଆରି ହେବ ।
ପ୍ରାକ୍ଟିକାଲ ପରୀକ୍ଷା ସରିବା ପରେ ପିଲାମାନେ ଯଥାଶୀଘ୍ର ଘରକୁ ଯିବେ ।
ଭାଇବା ସମୟରେ ଗୋଟିଏ ଦିଗକୁ ଚାହିଁ ସବୁ ପିଲା ବସିବେ ।