ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଏକାମ୍ର କ୍ଷେତ୍ରରୁ ବାଇ-ଲ’କୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବାକୁ ଓଡିଶାର ସାଂସଦମାନଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଥିଲେ । ତେବେ ଆଜି ଓଡିଶାର ବିଜେଡି ସାଂସଦ ଅନୁଭବ ମହାନ୍ତି, ପିନାକି ମିଶ୍ର, ଚନ୍ଦ୍ରାଣୀ ମୁର୍ମୁ, ପ୍ରଶନ୍ନ ଆଚାର୍ଯ୍ୟ, ଅମର ପଟ୍ଟନାୟକ ପ୍ରମୁଖ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଭେଟି ଏହି ସମ୍ପର୍କରେ ଆଲୋଚନା କରିଛନ୍ତି । ଏକ୍ରାମ କ୍ଷେତ୍ରର ପାଇଁ ପ୍ରସ୍ତାବିତ ବାଇ-ଲ ହଟେଇବାକୁ ଦାବି କରିଛନ୍ତି ବିଜୁ ଜନତା ଦଳର ସାଂସଦମାନେ । ବାଇ-ଲକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସାଂସଦମାନେ ଦାବି କରିଛନ୍ତି ।
ତେବେ ଗତକାଲି ମୁଖ୍ୟମନ୍ତ୍ରୀ ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ ହଟେଇବା ପାଇଁ କେନ୍ଦ୍ର ସରକାରଙ୍କୁ ଜଣାଇବା ପାଇଁ ଓଡିଶାର ସାଂସଦମାନଙ୍କୁ ଟ୍ୱିଟ କରି ଅନୁରୋଧ କରିଥିଲେ । ସେ ଆଉ ମଧ୍ୟ ଲେଖିଥିଲେ ଯେ ଓଡ଼ିଶାର ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ଏକାମ୍ର କ୍ଷେତ୍ର ସହିତ ଜଡ଼ିତ । ଲିଙ୍ଗରାଜ ନୀତି ଓ ସେବାୟତଙ୍କ ଜୀବନ ଜୀବୀକା ଏହା ସହ ଜଡ଼ିତ ବୋଲି କହିଥିଲେ ନବୀନ ପଟ୍ଟନାୟକ ।
I appeal to all the MPs from #Odisha to take up this sensitive matter with the Union Government & @prahladspatel, as it involves the sentiments of lakhs of devotees of #Odisha, lives and livelihood of sebayats, linked to the smooth conduct of Nitis of Lord Lingaraj.
— Naveen Patnaik (@Naveen_Odisha) February 12, 2021