ସନ୍ଷ୍ଟାର ଟିଭି ବ୍ୟୁରୋ
ଓ୍ଵାସିଙ୍ଗଟନ: ବିଶ୍ଵରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ବ୍ରିଟେନରେ ସୃଷ୍ଟି ହୋଇଥିବା କରୋନାର ନୂତନ ଷ୍ଟ୍ରେନ । ପ୍ରାୟ ୮୬ ଟି ଦେଶରେ ଏହା ବ୍ୟାପି ସାରିଛି ବୋଲି ଘୋଷଣା କରିଛି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(WHO) । ତେବେ ପ୍ରଥମେ ୟୁକେରେ ୨୦ ସେପ୍ଟେମ୍ଵରରେ ଏହି ଷ୍ଟ୍ରେନ ଚିହ୍ନଟ ହୋଇଥିଲା । ଯାହା ଏବେ ବିଶ୍ବସ୍ତରୀୟ ଭୂତାଣୁ ବିଶେଷଜ୍ଞ ଏବଂ ମହାମାରୀ ବିଶେଷଜ୍ଞମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ଏହି ନୂତନ ପ୍ରଜାତିର କରୋନାଭୂତାଣୁ ବିରୋଧରେ ଲଢ଼ିବା ପାଇଁ ସାଧାରଣ କୋଭିଡ୍-୧୯ ଟିକା ସମର୍ଥ ହେଉନଥିବାରୁ ଚିନ୍ତା ବଢ଼ିଛି । ଏବେ ଟିକାକରଣ ତ୍ବରାନ୍ବିତ ହେବା ସତ୍ତ୍ବେ ଏହି ଭୂତାଣୁ ବ୍ରିଟେନ୍ରେ ଛାଇଯାଇଛି ଏବଂ ଭବିଷ୍ୟତରେ ଏହା ସମଗ୍ର ବିଶ୍ବକୁ ଗ୍ରାସିଯିବା କିଛି ବିଚିତ୍ର ନୁହେଁ ବୋଲି ବ୍ରିଟେନ୍ର କୋଭିଡ୍-୧୯ ଆନୁବଂଶିକ ଅନୁଧ୍ୟାନର ନିର୍ଦ୍ଦେଶିକା ସାରୋନ୍ ପିକକ୍ ଆଶଙ୍କା ବ୍ୟକ୍ତ କରିଛନ୍ତି ।