ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ପୁରୀ ରଥଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତିପର୍ବ ।ଆଜି ନୟାଗଡ଼ ଦଶପଲ୍ଲା ବନାଞ୍ଚଳରୁ ପ୍ରଥମ ରଥକାଠ ପୁରୀକୁ ଯାଇଛି । ଦଶପଲ୍ଲା ବନାଞ୍ଚଳର ପୋଖରୀଗୋଚ୍ଛା ଜଙ୍ଗଲରୁ ୨ ଟ୍ରିପ୍ କାଠ ସଂଗ୍ରହ କରାଯାଇ ପୁରୀ ପଠା ଯାଇଛି । ଏଥିପାଇଁ ନୟାଗଡ଼ ବନଖଣ୍ଡ ପକ୍ଷରୁ ଦଶପଲ୍ଲା ମହାବୀର ମନ୍ଦିର ଆଗରେ ରଥକାଠ ପୂଜା କରାଯାଇ ପୁରୀକୁ ରଥ କାଠ ଯୋଗଣର ଶୁଭାରମ୍ଭ କରାଯାଇଛି । ଆଜି ରାତିରେ ଏହି କାଠ ପୁରୀ ବଡ଼ଦାଣ୍ଡରେ ପହଞ୍ଚିବ । ବିଧି ଅନୁଯାୟୀ ଶ୍ରୀପଞ୍ଚମୀ ଦିନ ରଥକାଠ ଅନୁକୂଳ ହେବ ।
ତେବେ ପୁରୀକୁ ରଥକାଠ ପରିବହନ ପାଇଁ ଗତ ମାସ ୧୧ ତାରିଖ ଦିନ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ବରିଷ୍ଠ କେୟାର ଟେକର ସୁଦର୍ଶନ ମେକାପ, ଅମିନ ମହାରଣା, ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ଓ ଅଙ୍କିତ କୁମାର ସାହୁ ମହାପ୍ରଭୁଙ୍କ ଆଜ୍ଞା ମାଳ ଧରି ନୟାଗଡ଼ରେ ପହଞ୍ଚିଥିଲେ ।
ଚଳିତବର୍ଷ ତିନି ରଥ ନିର୍ମାଣ ପାଇଁ ୭୯୬ ଖଣ୍ଡ କାଠ ଆବଶ୍ୟକତା ରହିଛି । ଏଥିପାଇଁ ନୟାଗଡ଼ ବନଖଣ୍ଡ ପକ୍ଷରୁ ୧୮୦ ଖଣ୍ଡ କାଠ ଯୋଗାଣ ପାଇଁ ନିର୍ଦ୍ଦେଶ ରହିଛି ।