ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କେନ୍ଦ୍ର ସରକାର ଏକାମ୍ର କ୍ଷେତ୍ରରୁ ବାଇ-ଲ’କୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରିଛନ୍ତି । ଏକାମ୍ର କ୍ଷେତ୍ରର ଅନନ୍ତବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିରରୁ ପ୍ରସ୍ତାବିତ ବାଇ-ଲ’କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେ ଅନୁରୋଧ କରିଛନ୍ତି। ସମ୍ବେଦନଶୀଳ ଧର୍ମୀୟ ପ୍ରସଙ୍ଗରେ କେନ୍ଦ୍ର ଏଜେନ୍ସି ରାଜ୍ୟକୁ ବିଶ୍ବାସକୁ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଏହାସହ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ଆଗରେ ରଖିବାକୁ ରାଜ୍ୟର ସମସ୍ତ ସାଂସଦଙ୍କୁ ସେ ଅପିଲ କରିଛନ୍ତି ।
ସେ ଆଉ ମଧ୍ୟ ଲେଖିଛନ୍ତି ଯେ ଓଡ଼ିଶାର ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ଏକାମ୍ର କ୍ଷେତ୍ର ସହିତ ଜଡ଼ିତ। ଲିଙ୍ଗରାଜ ନୀତି ଓ ସେବାୟତଙ୍କ ଜୀବନ ଜୀବୀକା ଏହା ସହ ଜଡ଼ିତ ।
ଅନ୍ୟପଟେ ଏହି ଆଇନକୁ ପ୍ରତିବାଦ କରି ଲିଙ୍ଗରାଜ ମନ୍ଦିର ପରିସରରେ ଶହ ଶହ ରାଜଧାନୀବାସୀ ଦୀପ ଜାଳିଛନ୍ତି ।
Central Govt should immediately withdraw the National Monuments Authority Draft Bylaws on Ananta Basudev & Brahmeswar Temple of #EkamraKshetra. It would have been appropriate for the Central agencies to take the State into confidence on sensitive religious issues.
— Naveen Patnaik (@Naveen_Odisha) February 12, 2021
I appeal to all the MPs from #Odisha to take up this sensitive matter with the Union Government & @prahladspatel, as it involves the sentiments of lakhs of devotees of #Odisha, lives and livelihood of sebayats, linked to the smooth conduct of Nitis of Lord Lingaraj.
— Naveen Patnaik (@Naveen_Odisha) February 12, 2021