ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ମାର୍ଚ୍ଚ ୨୮ରୁ ଭୁବନେଶ୍ଵର ବିମାନ ବନ୍ଦରରୁ ପାଟନା ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଦେଶର ପ୍ରମୁଖ ଘରୋଇ ବିମାନସେବା କମ୍ପାନି ଇଣ୍ଡିଗୋ ଏହି ସେବା ପ୍ରଦାନ କରିବାକୁ ଯାଉଛି । ଭୁବନେଶ୍ଵରରୁ ପାଟନା ରୁଟ୍କୁ ଛାଡି ଅନ୍ୟ ୨୧ଟି ରୁଟ୍ରେ ଇଣ୍ଡିଗୋ ଫ୍ଲାଇଟ ଚଳାଚଳ ଆରମ୍ଭ କରିବ ବୋଲି ଘୋଷଣା କରିଛି । ଅନ୍ୟ ରୁଟ ଗୁଡ଼ିକ ହେଲା ଅଗରତାଲା-ଆଇଜଲ, ଜୟପୁର-ଭରୋଦରା, ଚେନ୍ନାଇ-ଭରୋଦରା, ବାଙ୍ଗାଲୁରୁ-ଶିରଡି, ପାଟନା-କୋଚି, ରାଜମହେନ୍ଦ୍ରୀ-ତିରୁପତି, କୋଲକତା-ଗୟା, କୋଚିନ-ତ୍ରିଭେନ୍ଦ୍ରମ, ଜୟପୁର-ସୁରଟ, ଚେନ୍ନାଇ-ସୁରଟ ଇତ୍ୟାଦି ।
କରୋନା ପ୍ରଭାବରେ ପ୍ରାୟ ଏକ ବର୍ଷ ହେବ ଆର୍ଥିକ କାରବାର ଏକ ପ୍ରକାର ଠପ୍ ହୋଇଯାଇଥିଲା ।ମହାମାରୀର ପ୍ରଭାବ କମିବା ପରେ ଦେଶରେ ଆର୍ଥିକ କାର୍ଯ୍ୟକଳାପ ମଧ୍ୟ ସ୍ଵଭାବିକ ହେବାର ଦେଖାଯାଉଛି । କରୋନା ପ୍ରକୋପ ବିମାନ ସେବା ଉପରେ ଅଧିକ ଦେଖାଯାଇଥିଲା ବିମାନ କମ୍ପାନୀଗୁଡିକୁ ବେଶୀ କ୍ଷତି ସହିବାକୁ ପଡିଥିଲା । ଗତବର୍ଷ ମାର୍ଚ୍ଚ ମାସଠୁ ସାରା ଦେଶରେ ଲକଡାଉନ ଲାଗୁ ହେବା ପରେ ବିମାନ ଚଳାଚଳକୁ ମଧ୍ୟ ବନ୍ଦ କରାଯାଇଥିଲା । କେତେକ ବିଶେଷ ବିମାନ ବ୍ୟତୀତ ଅନ୍ୟ ରୁଟରେ ଫ୍ଲାଇଟ ବନ୍ଦ ରହିଥିଲା । କିନ୍ତୁ ଦେଶରେ କଟକଣା ହଟିବା ପରେ ବିମାନ କମ୍ପାନିଗୁଡ଼ିକ ନୂଆ ନୂଆ ରୁଟରେ ଫ୍ଲାଇଟ ଚଳାଚଳ ଆରମ୍ଭ କରିଛନ୍ତି ।