ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି ଭାରତର ପ୍ରଥମ ସିଏନ୍ଜି ଇନ୍ଧନରେ ଚାଳିତ ଟ୍ରାକ୍ଟର ।କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଏହି ଟ୍ରାକ୍ଟରର ଏହାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ତେବେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନରେନ୍ଦ୍ର ସିଂହ ତୋମାର ଏବଂ ଭି.କେ. ସିଂହ ପ୍ରମୁଖ ଉପସ୍ଥିତ ରହିବେ । ଏହି ଟ୍ରାକ୍ଟରକୁ ରମାଟ୍ ଟେକ୍ନୋ ସଲ୍ୟୁସନ୍ସ ଆଣ୍ଡ୍ ତୋମାସେଟୋ ଆଚିଲ୍ ଇଣ୍ଡିଆ ଦ୍ୱାରା ଡିଜେଲ୍ ଟ୍ରାକ୍ଟରଗୁଡ଼ିକୁ ସିଏନ୍ଜିରେ ପରିଣତ କରାଯାଉଛି ।
ତେବେ ଏହି ଟ୍ରାକ୍ଟର ଦ୍ଵାରା ଚାଷୀମାନେ ଉପକୃତ ହୋଇପାରିବେ । ଏହି ସିଏନ୍ଜି ଚାଳିତ ଟ୍ରାକ୍ଟର ଚଳାଚଳ ଦ୍ୱାରା ଇନ୍ଧନ ଖର୍ଚ୍ଚ ବାର୍ଷିକ ଲକ୍ଷେ ଟଙ୍କା ହ୍ରାସ ପାଇପାରିବ। ଗ୍ରାମୀଣ ଭାରତରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଫଳରେ ସେମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆସିବ । ତା’ଛଡ଼ା ଏହାଦ୍ୱାରା ସ୍ୱଚ୍ଛ ଇନ୍ଧନ ବ୍ୟବହାର ବଢ଼ିବ । ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା ହ୍ରାସ ପାଇବ । ଟ୍ରାକ୍ଟର୍ ଇଞ୍ଜିନ ଅଧିକ ଦିନ ଧରି ଶକ୍ତିଶାଳୀ ରହିବ । ଯାହା ଦ୍ୱାରା ନିୟମିତ ରକ୍ଷଣାବେକ୍ଷଣ ଖର୍ଚ୍ଚ କମିବ ।