ସନ୍ଷ୍ଟାର ଟିଭି ବ୍ୟୁରୋ
ଅଯୋଧ୍ୟା: ଅଯୋଧ୍ୟାରେ ବହୁ ପ୍ରତିକ୍ଷୀତ ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଆଦାୟ କାର୍ଯ୍ୟ ଜୋରସୋରରେ ଚାଲିଛି । ଅନେକ ଲୋକ ବିଭିନ୍ନ ଟ୍ରଷ୍ଟ ମାଧ୍ୟମରେ ଏହି ଚାନ୍ଦା ଆଦାୟ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତେବେ ୧ ମାସ ମଧ୍ୟରେ ପ୍ରାୟ ୧୦୦୦ କୋଟି ଟଙ୍କା ଲୋକମାନେ ସ୍ଵଇଚ୍ଛାରେ ଦାନ କରିଛନ୍ତି ବୋଲି ସୂଚନା ମିଳିଛି ।ଶ୍ରୀ ରାମଙ୍କ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ କହିବା ଅନୁସାରେ କେତେ ପରିମାଣରେ ଚାନ୍ଦା ଆଦାୟ ହୋଇଛି ତାହାର ସଠିକ ଆକଳନ କରିବା କଷ୍ଟକର ବ୍ୟାପାର ଅଟେ । କିନ୍ତୁ ଏଯାଏଁ ପାଖାପାଖି ୧୦୦୦ କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିସାରିଛି ।
ତେବେ ସମୟର ବିଳମ୍ଵ ହେତୁ ବହୁତ ଜଣ ଦାତାଙ୍କ ଦ୍ଵାରା ଦାନ କରାଯାଉଥିବା ଧନରାଶି ଏବେ ଯାଏଁ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚି ପାରିନାହିଁ ।
ତେବେ ଅନ୍ୟପଟରେ ମନ୍ଦିର ନିର୍ମାଣ କାର୍ଯ୍ୟ ମଧ୍ୟ ସୁରୁଖୁରରେ ଚାଲିଛି । ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୫ ମିଟର ଖୋଳା ସରିଛି ।