ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି(ଗୁରୁବାର) ଓଡିଆ ଭାଷା ପାଇଁ ବଜେଟ ବ୍ୟୟବରାଦ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ସୁଜିତ କୁମାର । ସେ ଓଡିଆ ଭାଷାରେ ରିସର୍ଚ୍ଚ ଡକ୍ୟୁମେଣ୍ଟେସନ ଓ ଓଡିଆ ଭାଷାର ପ୍ରଚାର ପାଇଁ ବ୍ୟୟବରାଦ ନେଇ ପ୍ରଶ୍ନ କରିଛନ୍ତି ।
ଏହା ସହ ଓଡିଆ ଭାଷା ୬ ଶାସ୍ତ୍ରୀୟ ଭାଷା ମଧ୍ୟ ଏକ ହୋଇଥିବାରୁ ଏଥିପାଇଁ ବ୍ୟୟବରାଦ କରିବାକୁ ସେ ଦାବି କରିଛନ୍ତି । ସଂସଦର ବଜେଟ ଅଧିବେଶନରେ ଲିଖିତ ପ୍ରଶ୍ନରେ ସେ ଏପରି ପଚାରିଛନ୍ତି ।
ସୂଚନାଥାଉକି, ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଫେବୃଆରୀ ୧୫ ଯାଏଁ ଚାଲିବ । ପରେ ମାର୍ଚ୍ଚ ୮ ତାରିଖରୁ ଅପ୍ରେଲ ୮ ତାରିଖ ଯାଏଁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଚାଲିବ ।