ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଗତ ୨ ମାସ ଧରି ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମର୍ଥନ କରିଛନ୍ତି। ସିମିଳା ଗସ୍ତ ସମୟରେ ଗଣମାଧ୍ୟମକୁ ସୂଚନା ଦେଇ ଉର୍ବଶୀ ତିନୋଟି କୃଷି ବିଲକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ କୃଷକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ। ମୁଁ ସେମାନଙ୍କୁ ସମର୍ଥନ କରୁଛି। ଆମ ଦେଶର କୃଷକମାନେ କିଛି ଭୁଲ କରୁ ନାହାଁନ୍ତି, କେବଳ ସେମାନଙ୍କ ଅଧିକାର ପାଇଁ ଲଢେଇ କରୁଛନ୍ତି।
ଉର୍ବଶୀ ବର୍ତ୍ତମାନ ସିମିଳା ଗସ୍ତରେ ଅଛନ୍ତି। ପ୍ରାୟତଃ ଅବସର ସମୟରେ ଉର୍ବଶୀ ସିମିଳା ଯିବାକୁ ପସନ୍ଦ କରିଥାନ୍ତି। ସିମିଲା ସଂପର୍କରେ ସେ କୁହନ୍ତି ଯେ, ମୁଁ ସିମିଳାର ଜଳବାୟୁ ଏବଂ ପାହାଡକୁ ଭଲ ପାଏ। ବିଭିନ୍ନ ସମୟରେ ମୁଁ ସିମିଳା ଯିବାକୁ ବିଭିନ୍ନ ବାହାନା ଖୋଜିଥାଏ। ଏହା ପାହାଡିଆ ଅଞ୍ଚଳ ହୋଇଥିବାରୁ ମୁଁ ଏଠାରେ ଥିବା ଲୋକଙ୍କୁ, ସେମାନଙ୍କର ଖାଦ୍ୟ, ପାହାଡ ଏବଂ ଜଳବାୟୁ ସବୁକିଛି ଭଲ ପାଏ। ବରଫ ଏବଂ ପର୍ବତ ସହିତ ମୋର ଏକ ସଂଯୋଗ ଅଛି ବୋଲି ଉର୍ବଶୀ କହିଛନ୍ତି।
ତେବେ ସେ ବିଭିନ୍ନ ସମୟରେ ସୁଟିଂ ପାଇଁ ସିମିଳା ଯାଇଥାନ୍ତି। ହେଲେ ଏଥର ସେ ସୁଟିଂ ପାଇଁ ନୁହେଁ ବରଂ ଭ୍ରମଣ ପାଇଁ ଯାଇଛନ୍ତି। ଉର୍ବଶୀ ସିମିଳା ଭ୍ରମଣ ବେଳର ବହୁ ଫଟୋ ତାଙ୍କ ସୋସିୟାଲ ମିଡିଆରେ ସେୟାର କରିଛନ୍ତି। ଗଣମାଧ୍ୟମକୁ ଉର୍ବଶୀ କହିଛନ୍ତି ଯେ, ମୁଁ ଯେତେବେଳେ ସୁଟିଂ ପାଇଁ ସିମିଳା ଆସିବା କଥା ଶୁଣେ ସେତେବେଳେ ବେଶ୍ ଖୁସି ହୋଇଯାଏ। ଏହି ବାହାନା ସହିତ, ମୁଁ କେବଳ ସିମିଳା ନୁହେଁ, ସମଗ୍ର ହିମାଚଳ ପ୍ରଦେଶ ଦେଖିବାର ସୁଯୋଗ ପାଇଛି। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ମୋର ଗୋଟିଏ ଚଳଚ୍ଚିତ୍ର କିମ୍ବା ଗୀତ ପୁରା ସିମିଳାରେ ସୁଟିଂ କରାଯାଉ। ଫିଲ୍ମ ସନମ୍ ରେ ମଧ୍ୟ କେତେକ ଦୃଶ୍ୟ ସିମିଳାରେ ସୁଟିଂ କରାଯାଇଥିଲା।